ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକାର ୧୧ ନମ୍ୱର ୱାର୍ଡ ଅନ୍ତର୍ଗତ ଓଟିଏମ୍ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। ବାପାକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ପୁଅ। ମୃତକଦ୍ୱୟ ହେଲେ କାଳୁ ଚରଣ ବେହେରା (୬୫) ଓ ତାଙ୍କ ପୁଅ ମୁନି ବେହେରା।
ଗତକାଲି ବିଳମ୍ୱିତ ରାତିରେ ମୁନି ନିଜ ମାଆଙ୍କ ସହ କୌଣସି କଥାକୁ ନେଇ ପାଟି ତୁଣ୍ଡ କରିଥିଲେ। ଏହି ସମୟରେ କାଳୁଚରଣ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ମୁନି ଏକ ଲୁହା ରଡ୍ରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ କପାଳ ଦୁଇ ଫାଳ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାଦେଖି ମୁନି ମାନସିକ ଭାରସାମ୍ୟ ହରାଇ ଏକ ଛୁରି ସାହାଯ୍ୟରେ ନିଜ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଦେଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ମାଆ ବାହାରକୁ ଆସି ପାଖ ପଡ଼ୋଶୀଙ୍କୁ ଡାକିଥିଲେ।
ଖବର ପାଇ ଚୌଦ୍ୱାର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମୁନିକୁ ଆମ୍ୱୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାଇଣ୍ଟିକଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2J86mdy
No comments:
Post a Comment