କ’ଣ ଥିଲା ‘ନିର୍ଭୟା’ ଦୋଷୀଙ୍କ ଶେଷ ଇଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

କ’ଣ ଥିଲା ‘ନିର୍ଭୟା’ ଦୋଷୀଙ୍କ ଶେଷ ଇଚ୍ଛା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଫାଶୀ ଦିଆଯାଇଛି। ମାର୍ଚ୍ଚ ୫ ତାରିଖରେ ଜାରି ହୋଇଥିବା ଡେଥ୍ ୱାରେଣ୍ଟ୍ ଅନୁସାରେ ସେମାନଙ୍କୁ ଆଜି ଭୋର ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ତେବେ ଶେଷ ପର୍ଯ୍ୟନ୍ତ ସେମାନଙ୍କ ଓକିଲ ଏ.ପି ସିଂହ ଏହି ଫାଶୀକୁ ରଖିବାକୁ ଉଦ୍ୟମ କରିଥିଲେ। ପୂର୍ବରୁ ତିନି ଥର ସେ ଫାଶୀକୁ ରୋକିବାରେ ସଫଳ ହୋଇଥିଲେ ହେଁ, ଏଥର ଆଉ ପାରି ନଥିଲେ। ତାଙ୍କ ଆବେଦନର ଶୁଣାଣି କରିବାକୁ ଗତକାଲି ରାତିରେ ସୁପ୍ରିମ୍‌କୋର୍ଟ ବସିଥିଲା। ତେବେ ତାଙ୍କ ଯୁକ୍ତିକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।

ଆଜି ଭୋର ସାଢ଼େ ୫ଟାରେ ଦୋଷୀମାନଙ୍କୁ ଫାଶୀ ଦିଆଯାଇଥିବା ବେଳେ ଗତକାଲି ରାତିସାରା ସେମାନେ ଶୋଇ ନଥିଲେ। ମୁକେଶ ଓ ବିନୟ ରାତ୍ରଭୋଜନ କରିଥିଲେ। କିନ୍ତୁ ପୱନ ଓ ଅକ୍ଷୟ ରାତ୍ରଭୋଜନ କରି ନଥିଲେ। ପୃଥକ ପୃଥକ ସେଲ୍‌ରେ ଥିବା ଏହି ଚାରି ଜଣଙ୍କୁ ଆଜି ଭୋର ପ୍ରାୟ ୪ଟା ବେଳକୁ ଗାଧୋଇ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ତା’ସହିତ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କେହି ପ୍ରାର୍ଥନା କରି ନଥିବା ବେଳେ ବିନୟ କାନ୍ଦିଥିଲା ଓ ଭୁଲ୍ ମାଗିଥିଲା। ସେମାନଙ୍କୁ ଚା’ ଓ ଜଳଖିଆ ଯଚା ଯାଇଥିଲା। ତେବେ କେହି ଗ୍ରହଣ କରି ନଥିଲେ। ସେମାନଙ୍କୁ ଶେଷ ଇଚ୍ଛା ପ୍ରକାଶ କରିବାକୁ କୁହାଯାଇଥିଲା। ହେଲେ କେହି ସେମାନଙ୍କ ଶେଷ ଇଚ୍ଛା କହି ନଥିଲେ।

‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫାଶୀ ପରେ ତିହାର ଜେଲ୍ ଡିଜି କହିଥିଲେ ଯେ ଆଜି ସକାଳେ ଫାଶୀ ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୋଷୀମାନେ କୌଣସି ପ୍ରକାର ଶେଷ ଇଚ୍ଛା ପ୍ରକାଶ କରି ନଥିଲେ।



from Odisha Reporter https://ift.tt/2Wv7SOQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages