କରୋନା ମୁକାବିଲା ପାଇଁ ଆଲିବାବାର ଘୋଷଣା, ଭାରତକୁ ଦେବ କିଟ୍, ମାସ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

କରୋନା ମୁକାବିଲା ପାଇଁ ଆଲିବାବାର ଘୋଷଣା, ଭାରତକୁ ଦେବ କିଟ୍, ମାସ୍କ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବା ପାଇଁ ଭାରତ ତଥା ଅନ୍ୟ ଦେଶକୁ ଚାଇନାର ଜ୍ୟାକ ମା ଫାଉଣ୍ଡେସନ ଏବଂ ଆଲିବାବା ଫାଉଣ୍ଡେସନ ସହଯୋଗ କରିବ। କୋଭିଡ୍ ୧୯ର ମୁକାବିଲା କରିବା ପାଇଁ ମାଗଣାରେ ଚିକିତ୍ସା ଉପକରଣ, ଫେସ୍ ମାସ୍କ ଓ କୋଭିଡ ୧୯ କିଟ୍ ଦେବ ବୋଲି ରବିବାର ଘୋଷଣା କରିଛି ଆଲିବାବା।

ଦୁଇ ଫାଉଣ୍ଡେସନ ମିଳିତ ଭାବରେ ବିବୃତି ଜାରି କରି କହିଛନ୍ତି, ଭାରତକୁ ୧୭ ଲକ୍ଷ ଫେସ୍ ମାସ୍କ, ୧.୬୫ ଲକ୍ଷ କୋଭିଡ୧୯ ପରୀକ୍ଷା କିଟ୍ ସହିତ ସୁରକ୍ଷା କପଡ଼ା, ଭେଣ୍ଟିଲେଟର ଏବଂ ଥର୍ମୋମିଟର ଯୋଗାଇବ।

ଚାଇନାର ଅରବପତି ତଥା ଏସିଆ ମହାଦେଶର ଶ୍ରେଷ୍ଠ ଧନୀ ଜ୍ୟାକ ମା ହେଉଛନ୍ତି ଅଲିବାବା ଗ୍ରୁପର ପ୍ରତିଷ୍ଠାତା। ଭାରତ ବ୍ୟତୀତ ଭୁଟାନ, କାଜାକିସ୍ତାନ, କିର୍ଗିସ୍ଥାନ, ଉଜବେକିସ୍ତାନ ଏବଂ ଭିଏତନାମକୁ ଏହି ସମସ୍ତ ଉପକରଣ ପଠାଇବେ ଏହି ଦୁଇ ଫାଉଣ୍ଡେସନ। ତେବେ ଶନିବାର ରାତିରେ ଦିଲ୍ଲୀ ପହଞ୍ଚିଛି ଏହି ସମସ୍ତ ଉପକରଣ। ଭାରତୀୟ ରେଡ କ୍ରସ ଏହି ସମସ୍ତ ଉପକରଣକୁ ରଖିଛି। ଆଗାମୀ ଦିନରେ ଆଉ କିଛି ଉପକରଣ ଆସିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/3buKOUG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages