ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆବଶ୍ୟକ ସଂଖ୍ୟକ ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ।
ସୂଚନା ଅନୁଯାୟୀ, ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା ତା’ଠାରୁ କମ୍ ପିଲା ଥିବା ବିଦ୍ୟାଳୟ, କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଯାଉଥିବା ବିଦ୍ୟାଳୟ, କେବଳ ନବମ ଓ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯିବ। ମିଶ୍ରଣ ସମୟରେ ଶିକ୍ଷା ଅଧିକାର ଆଇନ୍ ପାଳନ କରାଯିବ।
ବିଦ୍ୟାଳୟ ମଧ୍ୟରେ ଦୂରତା ଅଧିକ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ପରିବହନ ବାବଦରେ ଅର୍ଥ ଦିଆଯିବାର ବ୍ୟବସ୍ଥା ମଧ୍ୟ ହେବ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
from Odisha Reporter https://ift.tt/3cUSWPR
No comments:
Post a Comment