ହାଣ୍ଡି କ୍ଷୀର ମାଂସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ହାଣ୍ଡି କ୍ଷୀର ମାଂସ

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, କଟା ଟମାଟୋ, ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲଙ୍କା ବଟା, ସିମ୍ବ ମଞ୍ଜି, ବଡ଼ି, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିମ୍ବ ମଞ୍ଜିକୁ ସିଝାଇ ଓ ବଡ଼ିକୁ ଭାଜି ରଖନ୍ତୁ। ତା’ପରେ ଖାସି ମାଂସକୁ ଭଲଭାବେ ଧୋଇ ସେଥିରେ ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭଲଭାବେ ମ୍ୟାରିନେଟ୍ କରି ଦିଅନ୍ତୁ।

କିଛି ସମୟ ପରେ ମାଟି ହାଣ୍ଡିରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ମ୍ୟାରିନେଟ୍‌ ମାଂସ, କଟା ଟମାଟୋ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଆଉଥରେ ଗୋଳାଇ ପୁଣି ଘୋଡ଼ାଇ ଦିଅନ୍ତୁ। ୧୦ ରୁ ୧୫ ମିନିଟ୍‌ ପରେ କ୍ଷୀରରେ ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲାଲଙ୍କା ବଟା ପକାଇ ବଲଭାବେ ଗୋଳାଇ ମାଂସରେ ମିଶାନ୍ତୁ।

ମାଂସ ସିଝିଗଲା ପରେ ସେଥିରେ ସିଝା ଶିମ୍ବ ମଞ୍ଜି ଓ ଭଜା ବଡ଼ି ପକାଇ ଭଲଭାବେ ଗୋଳାନ୍ତୁ।  ୨ ରୁ ୩ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ହାଣ୍ଡି କ୍ଷୀର ମାଂସ’।



from Odisha Reporter https://ift.tt/2I6Huma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages