Oppo A31 (2020)ର ବିକ୍ରି ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

Oppo A31 (2020)ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ:  Oppo ଭାରତରେ ତା’ର ନୂଆ ଫୋନ୍‌ Oppo A31 (2020)ଲଞ୍ଚ୍‌ କରିଦେଇଛି। ଏହାର ବିକ୍ରି ଆରମ୍ଭ ହୋଇଯାଇଛି। ଭାରତରେ ବହୁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଏହି ଫୋନ୍‌ଟି ଉପଲବ୍ଧ ଅଛି। ବର୍ତ୍ତମାନ କେବଳ ଏହାର 4GB ରାମ୍‌ ଭ୍ୟାରିୟାଣ୍ଟ ହିଁ ଏହା ବିକ୍ରି ପାଇଁ ଉପଲବ୍ଧ ହୋଇଛି। ଏହାର 6GB ରାମ୍‌ ଭ୍ୟାରିୟାଣ୍ଟର ବିକ୍ରି ମାର୍ଚ୍ଚର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇଯିବ।

ଏହି ଫୋନ୍‌ଟି ବର୍ତ୍ତମାନ ଆମାଜନ୍‌, ଫ୍ଲିପକାର୍ଟ ଓ ଟାଟା କ୍ଲିକ୍‌ରେ ଉପଲବ୍ଧ ହେଉଛି। ଗ୍ରାହକମାନେ  Oppo A31 (2020) ଫୋନ୍‌ଟିକୁ ଦୁଇଟି ରଙ୍ଗ ‘ମିଷ୍ଟ୍ରି ବ୍ଲାକ୍’ ଓ ‘ଫାଣ୍ଟାସି ହ୍ୱାଇଟ୍‌’ରେ କିଣିପାରିବେ। କମ୍ପାନୀ Oppo A31 (2020) 4GB ରାମ୍‌ 64GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟର ମୂଲ୍ୟ ଭାରତରେ ୧୧ ହଜାର ୪୯୦ ଟଙ୍କା ରଖିଛି। ସେହିପରି ଏହାର 6GB ରାମ୍‌ 64GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟର ମୂଲ୍ୟ ୧୩ ହଜାର ଟଙ୍କା ରଖାଯାଇଛି। ଏହି ଫୋନ୍‌ଟିକୁ ପ୍ରଥମେ ଇଣ୍ଡୋନେସିଆରେ ଲଞ୍ଚ୍ କରାଯାଇଥିଲା।

Galaxy A71ର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୫ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର୍‌ ଆମୋଲେଡ୍ ୭୨୦×୧୬୦୦  ୱିଥ୍‌ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: MediaTek Helio P35
  • ରାମ୍: 4 GB, 6 GB
  • ଷ୍ଟୋରେଜ୍: 64 GB
  • ରିୟର କ୍ୟାମେରା: 12 MP + 2 MP + 2 MP
  • ଫ୍ରଣ୍ଟ କ୍ୟାମେରା: 8 MP
  • ବ୍ୟାଟେରୀ: 4230mAh ୱିଥ୍ ଫାଷ୍ଟ ଚାର୍ଜିଂ ସପୋର୍ଟ

 



from Odisha Reporter https://ift.tt/38emi8v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages