ଆଉ ତିନିକୋଭିଡ-19 ପଜିଟିଭ ଚିହ୍ନଟ, ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଆଉ ତିନିକୋଭିଡ-19 ପଜିଟିଭ ଚିହ୍ନଟ, ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ରାଉରକେଲା (ପୱନ ତୀୱାରି): ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବରୁ ତିନି ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଆଜି ଆଉ ୩ ଜଣ କୋଭିଡ -19 ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ ୪ ଓ ୫ ନମ୍ବର ଆକ୍ରାନ୍ତ ହେଉଛନ୍ତି ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡଗୁଡଜୋର ବାସିନ୍ଦା। ସେହିପରି ୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ନାଲା ରୋଡର ବାସିନ୍ଦା। ୪ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୭ ବର୍ଷୀୟ ମହିଳା ଓ ୫ ନମ୍ବର ଆକ୍ରାନ୍ତ ୨୩ ବର୍ଷୀୟ ଯୁବକ। ଉଭୟେ ୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସି ଆକ୍ରାନ୍ତ ହୋଇଛନ୍ତି। ସେହିପରି ୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୦ ବର୍ଷୀୟ  ପୁରୁଷ । ତାଙ୍କର ବର୍ତ୍ତମାନ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତଙ୍କ ସୂଚନା ମିଳିବା ପରେ ବିଶ୍ରା ଅଞ୍ଚଳରେ ପୂର୍ବ ଘୋଷିତ କଣ୍ଟେନମେଣ୍ଚ ଜୋନ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ସେହିପରି ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲା ରୋଡର ବାସିନ୍ଦା ହୋଇଥିବାରୁ ନାଲା ରୋଡ୍ ଅଞ୍ଚଳ ତତ୍ ସଂଲଗ୍ନ ଅଞ୍ଚଳକୁ ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ରାଉରକେଲା ମହାନଗର ନିଗମ କମିଶନରଙ୍କ ଆଦେଶ କ୍ରମେ ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚ ଠାରୁ ମହତାବ ରୋଡ  ପଏଣ୍ଟ, ମେଇନ ରୋଡର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ ଏବଂ ଅନ୍ୟ ପଟେ ଏଗ୍ ଓ ଭେଜିଟେବଲ୍ ଲେନ୍‌କୁ ସ୍ପର୍ଶ କରୁଥିବା ପଏଣ୍ଟ, ଡେଲି ମାର୍କେଟର ଏଗ୍ ଓ ଭେଜିଟେବଲ୍ ଲେନ୍ ପଏଣ୍ଟ ଠାରୁ ରେଲୱେ ଲାଇନ୍ ବାଉଣ୍ଡେରୀ, ଆନନ୍ଦ ଭବନ ଲେନ୍ ଠାରୁ ରିଙ୍ଗ ରୋଡ୍ ସ୍ପର୍ଶ କରୁଥିବା ପଏଣ୍ଟ, ଆନନ୍ଦ ଭବନ ଲେନ୍ ଠାରୁ ବିଗ୍ ବଜାର ସ୍ପର୍ଶ କରୁଥିବା ମିଡିଲ୍ ପଏଣ୍ଟ, ନେତାଜୀ ମାର୍ଗ ଦେଇ  ରେଲୱେ ଲାଇନ୍ ସ୍ପର୍ଶ କରୁଥିବା ବିଗ ବଜାର ପାର୍ଶ୍ୱ ଲେନ୍ କୁ କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସେହିପରି କଣ୍ଚେନମେଣ୍ଟ ଜୋନ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ପାୱାରା ହାଉସ ରୋଡ ଠାରୁ ରିଙ୍ଗ ରୋଡକୁ ସ୍ପର୍ଶ କରୁଥିବା ପଏଣ୍ଟ, ତେଲୁଗୁପଡ଼ା ନିକଟ ରେଲୱେ ଲାଇନ ବାଉଣ୍ଡେରୀକୁ ସ୍ପର୍ଶ କରୁଥିବା ଲାଲ ବିଲ୍ଡିଂ ରୋଡ୍ ପଏଣ୍ଟ, ଗୋଟିଏ ପଟେ ପାୱାର ହାଉସ ରୋଡ୍ ଏବଂ ଅନ୍ୟ ପଟେ ଲାଲ୍ ବିଲ୍ଡିଂ ରୋଡ୍ ଠାରୁ ରେଲୱେ ଲାଇନ୍ କୁ ସ୍ପର୍ଶ  କରୁଥିବା ମେନ୍ ରୋଡର ପଏଣ୍ଟ, ମଧୁସୁଦନ ମାର୍ଗରୁ ରିଙ୍ଗ ରୋଡ୍ କୁ ସ୍ପର୍ଶ କରୁଥିବା ପଏଣ୍ଟ, ମଧୁସୁଦନ ଛକ ପଏଣ୍ଟ ଏବଂ ରାଉରକେଲା ରେଲୱେ ଷ୍ଟେସନ ପ୍ରସ୍ଥାନ ଗେଟ୍ ପର୍ଯ୍ୟନ୍ତ କଣ୍ଚେନମେଣ୍ଟ ଜୋନ ଘୋଷଣା କରାଯାଛି। କଣ୍ଚେନମେଣ୍ଟ ଜୋନରେ ଏହି ସମୟରେ ବ୍ୟକ୍ତିଗତ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ୍ ସେଲ୍ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି।

ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ ଡାକ୍ତରୀ ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।



from Odisha Reporter https://ift.tt/2VCUcQV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages