ମେ ୩ ପରେ ବଢ଼ିବ ଲକଡାଉନ୍ ଅବଧି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ମେ ୩ ପରେ ବଢ଼ିବ ଲକଡାଉନ୍ ଅବଧି!

ନୂଆଦିଲ୍ଲୀ: ମେ ୩ରେ ଦ୍ୱିତୀୟ ପର୍ଯାୟ ଲକଡାଉନ୍ ଅବଧି ଶେଷ ହେଉଛି। ଆଉ ସାତ ଦିନ ପରେ ଲକଡାଉନ୍ ହଟିବ। ଏଭଳି ସ୍ଥିତିରେ ଓଡ଼ିଶା, ଉତ୍ତର ପ୍ରଦେଶ ଆଦି ରାଜ୍ୟ ସରକାର ଅନ୍ୟରାଜ୍ୟରେ ଫସିଥିବା ନିଜ ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ଏହାକୁ ନେଇ ଆଗାମୀ ଦିନରେ ଲକଡାଉନ୍ ଅବଧି ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଏହାପଛର କାରଣ କୁହାଯାଉଛି ଯେ, ଲକଡାଉନ୍ ହଟିବାର ମାତ୍ର ୭ ଦିନ ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାର ଅର୍ଥ ନିର୍ଦ୍ଦିଷ୍ଟ ଅବଧି ଅର୍ଥାତ୍ ମେ ୩ ଭିତରେ ଦେଶବ୍ୟାପୀ ସାମ୍ପ୍ରତିକ ସ୍ଥିତିରେ ସେମିତି ବଡ଼ ଧରଣର ସୁଧାର ଆସିବାର ନାହିଁ। ଏବେ ସୋଶାଲ ମିଡିଆରେ ଏହା ମଧ୍ୟ ଆଲୋଚନା ହେଉଛି ଯେ ମେ ୩ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପରେ ସମ୍ପୃକ୍ତ ସରକାର ନିଜ ରାଜ୍ୟର ସୀମା ସିଲ୍ କରିଦେବେ ଏବଂ ଲକଡାଉନ୍ ଅବଧିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇ ନିଜ ରାଜ୍ୟରେ କରୋନା ଯୁଦ୍ଧକୁ ଆହୁରି ଆକ୍ରମଣାତ୍ମକ ଢ଼ଙ୍ଗରେ ପରିଚାଳନା କରିବେ।

ଓଡ଼ିଶା ସରକାର ଆଜି ଭିଡିଓ କନଫରେନସିଂ ଜରିଆରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ କଥା ହୋଇଛନ୍ତି। ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ବସ୍ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ସରକାରଙ୍କୁ ଟୋଲ୍ ଟ୍ୟାକ୍ସ ନନେବାକୁ ଓଡ଼ିଶା ପ୍ରସ୍ତାବ ଦେଇଛି।

ପ୍ରଥମେ ଶନିବାର ଉତ୍ତର ପ୍ରଦେଶ ସରକାର ଏହି ପ୍ରୟାସ କରିଛି। ମଧ୍ୟପ୍ରଦେଶ ସରକାର ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖି ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ପ୍ରସ୍ତାବ ଦେଇଛି। ସେହିପରି ମହାରାଷ୍ଟ୍ର ସରକାର ମଧ୍ୟ ରାଜସ୍ଥାନ ସରକାରକୁ ସମାନ ପ୍ରସ୍ତାବ ଦେଇଛି। ଛତିଶଗଡ଼ ସରକାର ମଧ୍ୟ ରାଜସ୍ଥାନ କୋଟାରେ ଫସିଥିବା ନିଜ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଜମ୍ମୁ କଶ୍ମୀର ମଧ୍ୟ ବିଭିନ୍ନ ରାଜ୍ୟକୁ ନିଜ ରାଜ୍ୟର ନାଗରିକଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତାବ ଦେଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଶନିବାର କହିଛନ୍ତି, ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ବାବଦରେ କେନ୍ଦ୍ର ସରକାରଙ୍କ ସହ କଥା ହୋଇଛନ୍ତି। ଗୋଟିଏ ଟ୍ରେନ ଚଳାଇବା ନେଇ ସରକାର ଯଦି ପ୍ରସ୍ତାବ ଦେବେ ତା’ହେଲେ କରୋନା ସଂକ୍ରମଣ ଆହୁରି ବଢ଼ିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ତେଲେଙ୍ଗାନା ସରକାର କରୋନା ସଂକ୍ରମଣକୁ ଦେଖି ମେ ୭ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି। ଅନ୍ୟ ରାଜ୍ୟର ସରକାର ମଧ୍ୟ ଲକଡାଉନ୍ ଅବଧି ବୃଦ୍ଧି ନେଇ ବିଚାରବିମର୍ଶ କରୁଛନ୍ତି।



from Odisha Reporter https://ift.tt/2VCeVo4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages