ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ ଅରୁଣ ସାହୁ ହଳ ଲଙ୍ଗଳ ଧରି କ୍ଷେତରେ ହଳ କରୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଧୋବ ଫରର ଟ୍ରାଉଜର ପଞ୍ଜାବୀ ଡ୍ରେସ ପିନ୍ଧି ମନ୍ତ୍ରୀ ହଳ କରୁଥିବା ଫଟୋ ଏବେ ସୋଶାଲ ମିଡିଆରେ ଘୁରିବୁଲୁଛି। ହଁ ତାସହିତ ଅରୁଣ ବାବୁ କରୋନା ସତର୍କତା ବି ଅବଲମ୍ବନ କରି ମୁହଁରେ ମାସ୍କ ମଧ୍ୟ ପିନ୍ଧିଛନ୍ତି।
କଥା ହେଉଛି ପବିତ୍ର ବୈଶାଖ ଶୁକ୍ଳ ତୃତୀୟ ଦିନ ଅବସରରେ ଚାଷୀ ଅଖିମୁଠି ଅନୁକୂଳ କରିଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । ତେଣୁ ଆଜି କୃଷିମନ୍ତ୍ରୀ କ୍ଷେତରେ ବଳଦ ଯୋଡ଼ି ଚାଷ କାର୍ଯ୍ୟ ପାଇଁ ଅନୁକୂଳ କରିଛନ୍ତି। ଲକ୍ଡାଉନ୍ ଯୋଗୁ ଏଥର ଅକ୍ଷୟ ତୃତୀୟା ଉତ୍ସବ ଫିକା ପଡ଼ିଥିବା ବେଳେ ମନ୍ତ୍ରୀଙ୍କ ଏହି ପ୍ରୟାସ ଚାଷୀଙ୍କ ମନରେ ଉତ୍ସାହ ଭରି ଦେବ ନିଶ୍ଚୟ। ହେଲେ ଏହି ନେତାମାନେ ଯେତେ ଯାହା ଭଲ କାମ କଲେ ବି ଆମ ସମାଲୋଚକମାନେ ତାଙ୍କୁ ଅଭିନେତା ଦୃଷ୍ଟିରେ ଦେଖନ୍ତି।
ଅବଶ୍ୟ ଟେକ୍-ରିଟେକ୍ ନେଇ ଅଭିନତାମାନେ ସୁପରଷ୍ଟାର ହୋଇପାରନ୍ତି ହେଲେ ଆମ ନେତାମାନେ ଯେ, ମେଗା ଷ୍ଟାର ଏକଥାକୁ କେହି କାଟିପାରିବେ ନାହିଁ। ଆଉ ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ ଦେଖି କେହି କେହି କହିଲେଣି ବଲିଉଡ୍ର ନାମୀ ଦାମୀ ଅଭିନେତାଙ୍କ ଅଭିନୟ ତାଙ୍କ ଠାରେ ଫିକା ପଡ଼ିଯିବ।
from Odisha Reporter https://ift.tt/3aHZfE6
No comments:
Post a Comment