ଉତ୍ତରପ୍ରଦେଶରେ କରୋନାରେ ପ୍ରଥମ ମୃତ୍ୟୁ, ବୟସ ୨୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ଉତ୍ତରପ୍ରଦେଶରେ କରୋନାରେ ପ୍ରଥମ ମୃତ୍ୟୁ, ବୟସ ୨୫

ଗୋରଖପୁର: ଉତ୍ତରପ୍ରଦେଶ ଗୋରଖପୁରର ଆଜି ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ଏଥିସହ ମରେଠରେ ଜଣେ ୭୨ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁ ମହାମାରୀ କରୋନା ଭାଇରସ ପାଇଁ ହୋଇଛି ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶରେ ଏଯାବତ ୧୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ନୋଏଡାରୁ ଅଧିକ ରହିଛି।

ଗୋରଖପୁରରେ ମୃତ୍ୟୁ ବରଣ କରିଥିବା ୨୫ ବର୍ଷୀୟ ଯୁବକ ହସନୈନ ଅଲ୍ଲୀ। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ସେ ସଂକ୍ରମିତ ହୋଇଥିବା ରିପୋର୍ଟରେ ଆସିଥିଲା। ଗୋରଖପୁର ଗାନ୍ଧୀନଗରର ଏକ ବସ୍ତିରେ ରହୁଥିଲେ। ରବିବାର ଦିନ ଯୁବକ ଜଣଙ୍କୁ ଗୋରଖପୁର ବିଆରଡି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସୋମବାର ହୁସନୈନ ଅଲ୍ଲୀଙ୍କର ମୃତ୍ୟୁ ଘଟିଛି। ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ ବୋଲି ଲକ୍ଷ୍ନୌର କେଜିଏମୟୁର ମୁଖପାତ୍ର ଡାକ୍ତର ସୁଧୀର ସିଂହ କହିଛନ୍ତି।

ଅନ୍ୟପକ୍ଷରେ, ମେରୁଟରେ କରୋନାରେ ଜଣେ ୭୨ ବର୍ଷୀୟ ବୟସ୍କଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ଶାସ୍ତ୍ରୀନଗର। ସୂଚନା।ଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ ଛୁଇଁଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୨୪। ୩୫ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି।



from Odisha Reporter https://ift.tt/39EL3vi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages