ପିଡିଏସ୍‌ ଚାଉଳ କଳାବଜାରୀ କରି ଧରା ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ପିଡିଏସ୍‌ ଚାଉଳ କଳାବଜାରୀ କରି ଧରା ପଡ଼ିଲେ

ରାଉରକେଲା (ଓଡିଶା ରିପୋର୍ଟର): କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେମିତି ଅସୁବିଧା ନ ହେବ ଏବଂ ଲୋକମାନେ ଯେମିତି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ପାଇପାରିବେ, ସେଥିପାଇଁ  ସରକାର ତିନି ମାସର ରାସନ ଆଗୁଆ ଯୋଗାଇ ଦେଉଛନ୍ତି। ହେଲେ  କିଛି ଅସାଧୁ ବ୍ୟବସାୟୀ ଏହାର  ଫାଇଦା ଉଠାଉଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା ଲାଗି ଆସିଥିବା ପିଡ଼ିଏସ ଚାଉଳ ଓ ଗହମ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ରାଉରକେଲାରେ ଘଟିଛି।

ଆଜି ସକାଳେ ରାଉରକେଲାର ୧୯ ନମ୍ବର ସେକ୍ଟର ଆମ୍ବାଗାନ ମାର୍କେଟରେ ଥିବା ଏକ ଗ୍ରୋସରୀ ଦୋକାନ ଓ ଅଟା ଚକିରେ ୨୦  ବସ୍ତା ଚାଉଳ ଓ ଚାରି ବସ୍ତା ଗହମ ଦୋକାନ ବାରାଣ୍ଡାରେ ଏକ ଡାଲା ଅଟୋରେ ଆସି ରଖାଯାଉଥିବା କିଛି ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍  ଓ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ୨୦ ବସ୍ତା ପିଡିଏସ୍ ଚାଉଳ  ଓ ଚାରି ବସ୍ତା ଗହମ ଜବତ କରିଥିଲା 

ପ୍ରାଥମିକ ତଦନ୍ତରୁ ଏହି ଚାଉଳ ଓ ଗହମ ରାଉରକେଲାର ୫ନମ୍ବର ସେକ୍ଟରର ଏକ ସରକାରୀ କଣ୍ଟ୍ରୋଲ ଦୋକାନରୁ ଆସିଥିବା ଜଣାପଡ଼ିଛି । ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଏହି ଘଟଣାରେ ଡାଲା ଅଟୋ ଡ୍ରାଇଭର ଓ କଣ୍ଟ୍ରୋଲ ଦୋକାନୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

 



from Odisha Reporter https://ift.tt/3azCzGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages