ଲକ୍‌ଡାଉନ୍ ବେଳେ ଚାକିରି ଯିବାର ଭୟ ରହୁଛି କି? ଜାଣନ୍ତୁ ମୋଦି ସରକାରଙ୍କ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

ଲକ୍‌ଡାଉନ୍ ବେଳେ ଚାକିରି ଯିବାର ଭୟ ରହୁଛି କି? ଜାଣନ୍ତୁ ମୋଦି ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍। ଅଫିସ ଯାଇନପାରି ଘରେ ରହିଛନ୍ତି ସରକାରୀ ଏବଂ ଘରୋଇ କମ୍ପାନୀର କର୍ମଚାରୀ। ଏଭଳି ସ୍ଥିତିରେ ଚାକିରି ଯିବାର ଭୟ ମଧ୍ୟ ରହିଛି। ଏହି ମାମଲାକୁ ନେଇ ଏବେ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। କୌଣସି କର୍ମଚାରୀଙ୍କ ଦରମା କଟାଯିବନି କିମ୍ୱା ଚାକିରି ଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଯଦି ଜଣେ ଅଫିସ ନଆସିପାରି କିମ୍ୱା କରୋନା ସଂକ୍ରମଣରେ ଆସିଥିବାରୁ ଛୁଟିରେ ଅଛନ୍ତି ତାହେଲେ ମଧ୍ୟ ଚାକିରି ଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ରାଜ୍ୟ ସରକାର ଏବଂ ଘରୋଇ କମ୍ପାନୀ ମାନଙ୍କୁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଅବଗତ କରାଇଛନ୍ତି।

ସେହିପରି ଶ୍ରମ ମନ୍ତ୍ରଣାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବାବଦରେ ନିଷ୍ପତ୍ତି ନେଇଛି। କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ମାସିକ ପେନସନ୍ ଠିକ୍ ସମୟରେ ଦେବାକୁ ଇପିଏସ୍ (କର୍ମଚାରୀ ପେନସନ୍ ସ୍କିମ୍) ଅଧୀନରେ ୬୫ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/3bRocOw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages