ଆସିକା( ମନୋଜ ମୁନି): ଲକ୍ଡାଉନ୍ ବେଳେ ଦୀର୍ଘ ୬୦ଘଣ୍ଟାରୁ ଅଧିକ ସମୟ ଯାତ୍ରା ପରେ ୨୧୭ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି। ସେମାନେ ୪ଟି ବସ୍ରେ ଏପ୍ରିଲ୍ ୨୭ ତାରିଖରେ ଗୁଜରାଟର ସୁରତରୁ ବାହାରିଥିଲେ। ଗତକାଲି ବିଳମ୍ବିତ ରାତିରେ ସେମାନେ ଜିଲ୍ଲାର ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସିଧାସଳଖ ଧରାକୋଟ ଆଦର୍ଶ ବିଦ୍ୟାଳୟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ସେମାନଙ୍କୁ ଘରକୁ ଛଡାଯିବ ନାହିଁ, କି ସେମାନଙ୍କୁ ଭେଟିବାକୁ କାହାକୁ ଅନୁମତି ମିଳିବ ନାହିଁ।
ସଂକ୍ରମିତ ରାଜ୍ୟରୁ ଆସିଥିବାରୁ ସେମାନଙ୍କର ସ୍ୱାବ ଟେଷ୍ଟ କରାଯିବା ସହ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। ଗତ ସୋମବାର ଏହି ପ୍ରବାସୀ ଓଡ଼ିଆମାନେ ୪ଟି ବସ୍ ରିଜର୍ଭ କରି ନିଜ ଖର୍ଚ୍ଚରେ ସୁରତରୁ ଗଞ୍ଜାମ ଅଭିମୁଖେ ବାହାରିଥିଲେ। ଏଥିପାଇଁ ସୁରତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନୁମତି ଦିଆଯାଇଥିଲା।
ସେହିପରି ସୁରତରୁ ଗତକାଲି ଆଉ ଗୋଟିଏ ବସ୍ ଓଡ଼ିଶା ଅଭିମୁଖେ ବାହାରିଥିବା ବେଳେ ଆଜି ଆଉ ୩ଟି ବସ୍ ଛାଡ଼ିବ। ତେବେ ଗତକାଲି ଓଡ଼ିଶା ଅଭିମୁଖେ ଆସୁଥିବା ବସ୍ରେ ଭଦ୍ରକ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ୫୬ ଜଣ ପ୍ରବାସୀ ଓଡ଼ିଆ ଥିବା ସୂଚନା ମିଳିଛି। ବସ୍ଟି ସୁରତରୁ ରାତି ୯ଟାରେ ଛାଡ଼ିଥିଲା। ଣ ପିଛା ୩ହଜାର ୫ଶହ ଟଙ୍କା ଲେଖାଏ ଟଙ୍କା ଦେଇ ସେମାନେ ଘରକୁ ଫେରୁଛନ୍ତି।
ଆଜି ଛାଡ଼ିବାକୁ ଥିବା ୩ଟି ବସ୍ରୁ ଗୋଟିଏ ଗଞ୍ଜାମ ଓ ବାକି ଦୁଇଟି ଭଦ୍ରକ ତିହିଡ଼ି ଅଞ୍ଚଳକୁ ଯିବ। ସୁରତ ନିକଟସ୍ଥ ଓଲପାଡ଼ରୁ ବସ୍ ଗୁଡ଼ିକ ବାହାରିବ ବୋଲି ସୂଚନା ମିଳିଛି।
from Odisha Reporter https://ift.tt/2yRMYzM
No comments:
Post a Comment