ମହାରାଷ୍ଟ୍ରରେ ରାଜନୀତିକ ସଂକଟ, ମୋଦି ଓ ଶାହଙ୍କୁ ଫୋନ୍ କଲେ ଉଦ୍ଧବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ମହାରାଷ୍ଟ୍ରରେ ରାଜନୀତିକ ସଂକଟ, ମୋଦି ଓ ଶାହଙ୍କୁ ଫୋନ୍ କଲେ ଉଦ୍ଧବ

ମୁମ୍ୱାଇ: ଦେଶରେ କରୋନା ମହାମାରୀର ହଟସ୍ପଟ ମହାରାଷ୍ଟ୍ର ପାଲଟିଥିବା ବେଳେ ଏବେ ରାଜନୀତିର ହଟସ୍ପଟ ମଧ୍ୟ ଏହି ରାଜ୍ୟ ପାଲଟିଛି। କାରଣ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଦି ବିଧାନ ପରିଷଦରୁ ନିର୍ବାଚିତ ହୋଇନପାରିବେ ତା’ହେଲେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ପଡ଼ିବ। ଗତବର୍ଷ ନଭେମ୍ୱର ୨୮ରେ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମେ’ ୨୮ ସୁଦ୍ଧା ସେ ବିଧାନସଭା କିମ୍ୱା ବିଧାନ ପରିଷଦରୁ ନିର୍ବାଚିତ ହେବାକୁ ପଡ଼ିବ।ପୂର୍ବ ଯୋଜନା ଅନୁଯାୟୀ ୨୪ ଏପ୍ରିଲରେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ହେଲେ କରୋନା ମହାମାରୀ ଏବେ ସମସ୍ତ ପ୍ରକ୍ରିୟା ବାତିଲ୍ ରହିଛି।

ବୁଧବାର ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଉଦ୍ଧବ ଠାକରେ ଅବଗତ କରାଇଥିଲେ। ସେହିପରି ସୋମବାର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରି ବିଧାନ ପରିଷଦରୁ ତାଙ୍କୁ ମନୋନୀତ କରାଯାଉ ବୋଲି ନିବେଦନ କରିଥିଲେ।

ବିଧାନସଭା କିମ୍ୱା ବିଧାନପରିଷଦକୁ ନିର୍ବାଚିତ ନହୋଇ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ୱିଧାନର ନିୟମ ଅନୁଯାୟୀ ୬ ମାସ ମଧ୍ୟରେ କୌଣସି ସ୍ଥାନରୁ ନିର୍ବାଚିତ ହେବା ଦରକାର।

ଏବେ ହାତରେ ଆଉ ଅଳ୍ପ ଦିନ ରହିଛି। ବିଧାନସଭା ପରେ ବିଧାନ ପରିଷଦରେ ମଧ୍ୟ ଆସନ ଖାଲି ନାହିଁ। ହେଲେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଚାହିଁଲେ ତାଙ୍କ କୋଟାରୁ ଉଦ୍ଧବ ଠାକରେଙ୍କୁ ବିଧାନ ପରିଷଦରୁ ନିର୍ବାଚିତ କରିପାରିବେ। ଯଦି ଏଭଳି ହୁଏ ତା’ହେଲେ ଉଦ୍ଧବ ଠାକରେ ନିଜ ପଦବୀ ବଜାୟୀ ରଖିପାରିବେ।

ବିଧାନପରିଷଦରୁ ଉଦ୍ଧବଙ୍କୁ ମନୋନୀତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ନେତୃତ୍ୱରେ ମହାରାଷ୍ଟ୍ର କ୍ୟାବିନେଟ ଦୁଇ ଥର ପ୍ରସ୍ତାବ ପାରିତ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଛି। ହେଲେ ରାଜ୍ୟପାଳ ନିରବ ରହିବା ପରେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ପଦବୀର ଅବଧିକୁ ନେଇ ସସପେନ୍ସ ଜାରି ହୋଇଛି। ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ ମହା ବିକାଶ ଅଘାଡ଼ି (ଶିବସେନା-ଏନସିପି-କଂଗ୍ରେସ) ସରକାର ରହିଛି। ନିର୍ବାଚନ ଫଳାଫଳ ବାହାରିବା ପରେ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରି ଶିବସେନା ବିଜେପିର ହାତ ଛାଡ଼ି ଏନସିପି ଓ କଂଗ୍ରେସ ସହିତ ମିଶି ସରକାର ଗଠନ କରିଛି। ବିଜେପି ବିରୋଧୀ ଆସନରେ ରହିଛି। ସେତେବେଳେ ବିଜେପି ନେତୃବୃନ୍ଦ ଉଦ୍ଧବଙ୍କୁ ମନାଇବାକୁ ଶତ ଚେଷ୍ଟା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଆସନ ଦାବି କରି ବିଜେପି ସହିତ ଦୀର୍ଘ ବର୍ଷର ମେଣ୍ଟ ଛିନ୍ନ କରିଥିଲା ଶିବସେନା।



from Odisha Reporter https://ift.tt/2KNeH7y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages