କୋଟାରେ ଫସିଥିଲେ ଓଡ଼ିଆ ଛାତ୍ରଛାତ୍ରୀ, ଆଜି ବାହାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

କୋଟାରେ ଫସିଥିଲେ ଓଡ଼ିଆ ଛାତ୍ରଛାତ୍ରୀ, ଆଜି ବାହାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜସ୍ଥାନ କୋଟାକୁ ଏଣ୍ଟ୍ରାନ୍ସ କୋଚିଂ ନେବାକୁ ଯାଇ ଫସି ରହିଥିବା ଛାତ୍ରଛାତ୍ରୀ ଆଜି ଓଡ଼ିଶା ଅଭିମୁଖେ ବାହାରିବେ। ନିଜ ନିଜ ବ୍ୟବସ୍ଥାରେ ସେମାନେ କୋଟାରୁ ବସ୍‌ରେ ଫେରିବେ । ଓଡ଼ିଶା ସରକାରଙ୍କ ପକ୍ଷରୁ କେବଳ ଗାଡ଼ି ପରମିଟ୍ ସହ ଅନ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ୯୭୫ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର । ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ନିଜ ଜିଲ୍ଲାକୁ ଯାଇ ଗାଇଡ଼ଲାଇନ୍ ମାନି ରହିବେ।

ରାଜସ୍ଥାନ କୋଟାକୁ ଏଣ୍ଟ୍ରାନ୍ସ କୋଚିଂ ନେବାକୁ ଯାଇ ଲକ୍‌ ଡାଉନ ଯୋଗୁ ଫସି ରହିଥିଲେ  ପ୍ରାୟ ୧୨ଶହରୁ ଅଧିକ ଓଡ଼ିଆ ପିଲା।    ହଷ୍ଟେଲରୁ ଅଧିକାଂଶ ରାଜ୍ୟ ସେମାନଙ୍କ ପିଲାଙ୍କୁ ନେଇ ସାରିଥିବା ବେଳେ ଓଡ଼ିଶାର ପିଲାମାନେ ବହୁ ହଇରାଣର ସମ୍ମୁଖୀନ ହେଉଥିଲେ। ଫଳରେ ନିଜ ଘରକୁ ଫେରାଇ ନେବାକୁ ସେମାନେ ସରକାରଙ୍କ ନିକଟରେ ନିବେଦନ କରିଥିଲେ।



from Odisha Reporter https://ift.tt/2Sfwx7h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages