ଭାରତ ଓ ୯ ରାଷ୍ଟ୍ର ମିଳିତ ଭାବେ ଯେତିକି ଟେଷ୍ଟ କରୁଛନ୍ତି, ତା’ଠାରୁ ଅଧିକ ଟେଷ୍ଟ କରୁଛି ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଭାରତ ଓ ୯ ରାଷ୍ଟ୍ର ମିଳିତ ଭାବେ ଯେତିକି ଟେଷ୍ଟ କରୁଛନ୍ତି, ତା’ଠାରୁ ଅଧିକ ଟେଷ୍ଟ କରୁଛି ଆମେରିକା

ୱାଶିଂଟନ: ମହାମାରୀ କରୋନା ଯୋଗୁ ଆମେରିକା ସ୍ଥିତି ବେହାଲ ହୋଇଛି। ଏଠାରେ କରୋନା ଯୋଗୁ ୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪୦ ହଜାର ଲୋକ ପ୍ରାଣ ହରାଇଲେଣି। ପ୍ରତିଦିନ ଆମେରିକାରେ ହଜାର ହଜାର ଲୋକ ଆକ୍ରାନ୍ତ ଓ ପ୍ରାଣ ହରାଉଛନ୍ତି।

କରୋନା ମୁକାବିଲା କରିବାରେ ଆମେରିକା ବିଫଳ ହୋଇଛି ବୋଲି ସମସ୍ତେ କହୁଛନ୍ତି। ଏସବୁ ଭିତରେ ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଭାରତ ସେମତ ୧୦ ରାଷ୍ଟ୍ର ମିଳିତ ଭାବେ ଯେତିକି ଟେଷ୍ଟ କରୁଛନ୍ତି, ଆମେରିକା ଏକାକୀ ତା’ଠାରୁ ଅଧିକ କରୋନା ପରୀକ୍ଷା କରୁଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “କରୋନା ଭାଇରସ ବିରୋଧରେ ଆମେରିକା ଆରମ୍ଭ କରିଥିବା ଯୁଦ୍ଧରେ ନିଶ୍ଚିତ ବିଜୟ ହେବ। ଧୀରେଧୀରେ ଆମେ ସେ ଦିଗରେ ବଢ଼ୁଛୁ। ଦେଶରେ ଏଯାଏ ୪.୧୮ ମିଲିୟନ କରୋନା ଟେଷ୍ଟ ଶେଷ ହୋଇଛି। ଏହା ସମଗ୍ର ବିଶ୍ୱରେ ସର୍ବାଧିକ। କୌଣସି ରାଷ୍ଟ୍ର ଏତେ ସଂଖ୍ୟକ ଟେଷ୍ଟ କରିନାହାନ୍ତି।

ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର, ଭାରତ, ଅଷ୍ଟ୍ରେଲିଆ, ସ୍ୱିଡେନ ଓ କାନାଡା ମିଳିତ ଭାବେ ଯେତିକି ଟେଷ୍ଟ କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଟେଷ୍ଟ ଆମେରିକାରେ ହୋଇଛି।”

ଆମେରିକାର ନ୍ୟୁୱର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୨, ୦୦୦ ଥିବା ବେଳେ ମୃତ୍ୟୁସଂଖ୍ୟା ୧୭,୬୦୦ରୁ ଅଧିକ ରହିଛି। ତେବେ ଗତ ୮ ଦିନ ମଧ୍ୟରେ ନ୍ୟୁୱର୍କରେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ୫୦% ହ୍ରାସ ପାଇଛି। ଏହା ଉପରେ ଟ୍ରମ୍ପ କହିଛନ୍ତି, “ଏହା ନିଶ୍ଚିତ ଭାବେ ଏକ ଶୁଭ ଖବର। କିଛି ଦିନ ଆମେ ବିପରୀତ ଦିଗରେ ଯାଉଥିବା ବେଳେ ଏବେ ସକାରାତ୍ମକ ଖବର ଆସିଛି। ଆମେ ଯେଉଁଭଳି କଠୋର ପଦକ୍ଷେପ ନେଇଛୁ, ତା’ର ଫଳ ନିଶ୍ଚିତ ଭାବେ ମିଳିବ।

ଆମେରିକାବାସୀ କଷ୍ଟ ସହି ଦେଶ ପାଇଁ କାମ କରିଛନ୍ତି। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଆମେରିକାବାସୀଙ୍କ ପାଇଁ ଆମେ କୋଟି କୋଟି ଜୀବନ ବଞ୍ଚାଇବାକୁ ଆମେ ସକ୍ଷମ ହୋଇଛୁ। ଆଗକୁ ଆମେ ସବୁ କିଛି ସିଷ୍ଟମେଟିକାଲି କରିବୁ। ସମୟ କ୍ରମେ ସବୁ କିଛି ଠିକ ହୋଇଯିବ।”



from Odisha Reporter https://ift.tt/3cshv5y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages