ଆତଙ୍କୀ ହମଲାରେ ଆହତ ସୁରକ୍ଷାକର୍ମୀ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଆତଙ୍କୀ ହମଲାରେ ଆହତ ସୁରକ୍ଷାକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କୀଙ୍କ ଗୁଳିରେ ଆହତ ହୋଇଥିବା ପୁଲିସ୍‌ କର୍ମଚାରୀ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି। ରବିବାର ଆତଙ୍କବାଦୀମାନେ ଅନନ୍ତନାଗର ହିଲ୍ଲେର ଠାରେ ଥିବା ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ପୁଲିସ କର୍ମଚାରୀ ମନଜୋର ଅହମ୍ମଦ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି। ହମଲା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ଅହମ୍ମଦଙ୍କ ଉପରକୁ ଗୁଳି କରିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି।

ଗତ ୪୮ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଦୁଇ ଥର ଆକ୍ରମଣ ହେଲାଣି। ଏଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି।



from Odisha Reporter https://ift.tt/2VNLtuq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages