ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ୩ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ୩ ଯୁବକ

ବଣାଇ(ରଣଜିତ୍ ଚୌଧୁରୀ):  ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପୁଲିସ ୩  ଯୁବକଙ୍କୁ ଗିରଫ କରିଛି। ଗିର‍ଫ ଅଭିଯୁକ୍ତମାନେ ହେଲେ ପାପୁନ ବାରିକ (୨୬), ବିଜୁ ବାରିକ (୨୪) , ଦୁର୍ଗା ମହାକୁଡ (୨୨)।

ସୂଚନାଅନୁସାରେ, ଗତ ୧୬ ତାରିଖ ରାତିରେ ଯୁବତୀ ଜଣକ  ତାଙ୍କ ଘରେ ଶୋଇଥିଲେ। ଏହି ସମୟରେ ଏହି ତିନି ଜଣ ଯୁବକ ଯୁବତୀଙ୍କ ଘରକୁ ଆସିଥିଲେ। ତେବେ ଦୁଇ ଜଣ ଯୁବକ ଘର ବାହାରେ ଜଗି ଥିବା ବେଳେ ଆଉ ଜଣେ ଯୁବକ ଘର ଭିତରକୁ ଯାଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଯୁବତୀଜଣକ ପାଟି କରିବାରୁ ଘର ବାହାରେ ଜଗିଥିବା ଦୁଇ  ଯୁବକ ଭିତରକୁ ଯାଇ ଯୁବତୀଙ୍କ ତଣ୍ଟି ଚିପିଇବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀଙ୍କ ପାଟି ଶୁଣି  ଗାଁ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ୩  ଯୁବକଙ୍କୁ କାବୁ କରି ପୁଲିସ୍‌କୁ ଖବର ଦେଇଥିଲେ।

ଗତକାଲି ଯୁବତୀ ଥାନାରେ ଏନେଇ  ଅଭିଯୋଗ କରିବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।



from Odisha Reporter https://ift.tt/2RPhoJq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages