ଓଟିଭି ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ଓଟିଭି ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା କୋଣାର୍କ ବାଲିସାହିରେ ଥିବା ଓଟିଭି ପ୍ରତିନିଧି ସଞ୍ଜୟ ପତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ହେଲେ ତାଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ରେ କେବଳ ତାଙ୍କ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ସଞ୍ଜୟଙ୍କ ଘର ଉପରକୁ  ୩ଟି ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ବୋମାମାଡ଼ ସମୟରେ ସଞ୍ଜୟ ଘରେ ନଥିଲେ। ତାଙ୍କ ସାନ ଭାଇ ତାଙ୍କୁ ଫୋନ୍‌ କରି ବୋମାମାଡ଼ ସମ୍ପର୍କରେ ଖବର ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସେ କୋଣାର୍କ ଥାନା ଆଇଆଇସିଙ୍କୁ ଜଣାଇଥିଲେ।  ଖବର ପାଇ ପୁଲିସ୍  ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି।

ଘଟଣା ସମ୍ପର୍କରେ ସଞ୍ଜୟଙ୍କ ସାନ ଭାଇ କହିଛନ୍ତି,“ ଗତକାଲି ରାତିରେ ଆମେ ସମସ୍ତେ ଖାଇପିଇ ଶୋଇଥିଲୁ। ହେଲେ ରାତି ପ୍ରାୟ ୧୨ଟା ୧୦ରେ ବିସ୍ଫୋରଣ ଶଦ୍ଦ ହୋଇଥିଲା।  ଆମେ କେହି ଧ୍ୟାନ ଦେଇ ନଥିଲୁ। ଏହାର କିଛି ସମୟ ପରେ ଆମ ସାହିର କିଛି ଲୋକ ଆସି ଆମକୁ ଡାକିଥିଲେ। ଆମେ ଆସି ଦେଖିଲା ବେଳକୁ ବୋମାମାଡ଼ରେ ଆମ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଛି। ଏନେଇ ଆମେ ସଙ୍ଗେ ସଙ୍ଗେ ବଡ଼ ଭାଇଙ୍କୁ ଜଣାଉଥିଲୁ। ପୁଲିସ୍‌ ଆସି ଘଟଣାର ତଦନ୍ତ କରିଛି। ଦୁର୍ବୃତ୍ତମାନେ ବୋମା ଧରି ଆସିଥିବା ବ୍ୟାଗକୁ ପୁଲିସ୍ ଜବତ କରିଛି। ଯେଉଁମାନେ ବୋମା ପାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ। ”

ଅନ୍ୟପକ୍ଷରେ ସୂଚନା ଅନୁଯାୟୀ, ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର୍ ହେବା ବେଳେ ମେଡିକାଲ ଛକ ଓ ମାଧିପୁର ଛକରେ ପାଟ୍ରୋଲିଂ ପୁଲିସ୍‌‌ ସେମାନଙ୍କୁ ଅଟକାଇକୁ ଚେଷ୍ଟା କରିଥିଲେ। ସେମାନେ ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିବାରୁ ସନ୍ଦେହ କରି ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ସେମାନେ ସେତେବେଳେ ଜାଣିନଥିଲେ ଯେ ଉକ୍ତ ଦୁର୍ବୃତ୍ତମାନେ ସଞ୍ଜୟଙ୍କ ଘରକୁ ବୋମା ଫିଙ୍ଗି ଫେରାର ହୋ‌ଇଯାଉଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ଖସି ପଳାଇଥିଲେ ବୋଲି ସୂଚନା ମିଳିଛି।

 



from Odisha Reporter https://ift.tt/2S2M9e1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages