ଦେଶରେ କରୋନା ମୃତ୍ୟୁସଂଖ୍ୟା ୭ଶହ ପାର, ୨୪ ଘଣ୍ଟାରେ ୧୬୮୪ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ଦେଶରେ କରୋନା ମୃତ୍ୟୁସଂଖ୍ୟା ୭ଶହ ପାର, ୨୪ ଘଣ୍ଟାରେ ୧୬୮୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାମାରୀ କରୋନା ଭାଇରସରେ ଦେଶର ଆଉ ୧୬୮୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଏତେ ସଂଖ୍ୟକ ଲୋକ ଗୋଟିଏ ଦିନରେ ଆକ୍ରାନ୍ତ ହେବା ଦେଶରେ ପ୍ରଥମ ଘଟଣା।

ଏହାପୂର୍ବରୁ କେବେ ହେଲେ ଏତେ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇ ନଥିଲେ। ଦିନକୁ ଦିନ ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସେହିପରି ଗତ ୨୪ ଘଣ୍ଟାରେ କରୋନା ଆଉ ୩୭ ଜଣଙ୍କ ମୁଣ୍ଡ ନେବା ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୮ରେ ପହଞ୍ଚି ଯାଇଛି। ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଯୁଦ୍ଧରେ ୪,୭୪୮ ଜଣ ବିଜୟୀ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତକାଲି ମହାରାଷ୍ଟ୍ରରେ ୭୧୩, ଗୁଜରାଟରେ ୨୧୬ ଓ ଦିଲ୍ଲୀରେ ୧୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୧୬୮୪ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୭୭ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୪,୭୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧୮ ଜଣ ପ୍ରାଣ ହରାଇଛନ୍ତି। ଅର୍ଥାତ ଏବେ ୧୭,୬୧୦ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୬,୪୩୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୮୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୮୪୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ର ପରେ ଗୁଜରାଟରେ ୨୬୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧୨ ଜଣ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ୨୪ ଘଣ୍ଟାରେ ୨ ଜଣ ପ୍ରାଣ ହରାଇବାରୁ ମୃତ୍ୟୁସଂଖ୍ୟା ୫୦ ଛୁଇଁଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୭୬ ଥିବା ବେଳେ ୮୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶରେ ୨୭, ଆସାମରେ ୧, ବିହାରରେ ୨, ହରିଆଣାରେ ୩, ହିମାଚଳ ପ୍ରଦେଶରେ ୧, ଜମ୍ମୁ-କଶ୍ମୀରରେ ୫, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୧୭, କେରଳରେ ୩, ମଧ୍ୟପ୍ରଦେଶରେ ୮୩, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବରେ ୧୬, ରାଜସ୍ଥାନରେ ୨୭, ତାମିଲନାଡୁରେ ୨୦, ତେଲେଙ୍ଗାନରେ ୨୪, ଉତ୍ତର ପ୍ରଦେଶରେ ୨୪ ଓ ପଶ୍ଚିମବଙ୍ଗରେ ୧୫ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3bA7HXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages