ନୂଆଦିଲ୍ଲୀ: ଚାଇନା ଦେଇଥିବା ରାପିଡ ଟେଷ୍ଟ କିଟ ତ୍ରୁଟିପୂର୍ଣ୍ଣ ରହିଥିଲେ ହେଁ ଭାରତ ସରକାର ବେଜିଂଠାରୁ ମେଡିକାଲ ସାମଗ୍ରୀ ଆଣିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, “ଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୧୨ଟି ବିମାନ ଭାରତରୁ ଚାଇନାର ୫ଟି ସହରକୁ ଉଡ଼ାଣ ଭରିଛି। ଏହି ବିମାନଗୁଡ଼ିକରେ ପାଖାପାଖି ୪ଶହ ଟନ ମେଡିକାଲ ସାମଗ୍ରୀ ଆସିବ।
ଏହି ମେଡିକାଲ ସାମଗ୍ରୀଗୁଡ଼ିକ ମଧ୍ୟରେ ଆରଟି ପିସିଆର କରୋନା ଟେଷ୍ଟିଂ କିଟ୍, ରାପିଡ ଆଣ୍ଟିବଡି ଟେଷ୍ଟ କିଟ, ପିପିଇ କିଟ୍ସ ଓ ଥର୍ମୋମେଟର ରହିଛି। ଆଗାମୀ ଦିନରେ ମେଡିକାଲ ସାମଗ୍ରୀ ପାଇଁ ଆହୁରି ୨୦ଟି ବିମାନ ଚାଇନା ଯିବାର କାର୍ଯ୍ୟକ୍ରମ ରହିଛି। ଆମେ ଚାଇନା ଠାରୁ ମେଡିକାଲ ସାମଗ୍ରୀ ଆଣିବା ଜାରି ରଖିବୁ।”
ତେବେ ଚାଇନା ଠାରୁ ଆସିଥିବା ରାପିଡ ଟେଷ୍ଟିଂ କିଟ ତ୍ରୁଟିପୂର୍ଣ୍ଣ ବୋଲି ପ୍ରମାଣ ମିଳିବା ପରେ ଆଇସିଏମଆର ଏଥିରେ କରୋନା ପରୀକ୍ଷା କରିବାକୁ ବାରଣ କରିଛି। ଏବେ ଏହି ରାପିଡ ଟେଷ୍ଟ କିଟର ଯାଞ୍ଚ ଚାଲିଛି। ଏହା ସତ୍ତ୍ୱେ ଭାରତ ସରକାର ପୁଣି ଚାଇନାରୁ ମେଡିକାଲ ସାମଗ୍ରୀ ଆଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
from Odisha Reporter https://ift.tt/2xVBpav
No comments:
Post a Comment