ଏପ୍ରିଲ ୨୦ରୁ ଏହି ସବୁ ସେବା ଆରମ୍ଭ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଏପ୍ରିଲ ୨୦ରୁ ଏହି ସବୁ ସେବା ଆରମ୍ଭ ହେବ

ନୂଆଦିଲ୍ଲୀ: ଜରୁରୀ ସେବା ବ୍ୟତୀତ ଏପ୍ରିଲ୨୦ରୁ (ସୋମବାର) ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। କେନ୍ଦ୍ର ଆଇନ ଏବଂ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିରେ ସ୍ୱାସ୍ଥ୍ୟସେବା, କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଏବଂ ପଶୁପାଳନ ଆଦି ସେବା ଖୋଲିବ ବୋଲି ଜଣାପଡ଼ିଛି। ହେଲେ କଣ୍ଟେନମେଣ୍ଟ ଜୋନରେ ଏହି ସେବୁ ସେବା ଆରମ୍ଭ କରିବାକୁ ଅନୁମତି ଦିଆଯିବ ନାହିଁ।

ସମବାୟ ଋଣ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ, ଜଳ ଯୋଗାଣ, ବିଦ୍ୟୁତ ଏବଂ ଗ୍ରାମାଞ୍ଚଳରେ ଯୋଗାଯୋଗ ସହ ଜଡିତ ପ୍ରକଳ୍ପ ଏବଂ କାର୍ଯ୍ୟକଳାପକୁ ସରକାର କୋହଳ କରିଛନ୍ତି। ଏହା ବ୍ୟତୀତ ସରକାର ବାଉଁଶ, ନଡ଼ିଆ, ବିଟ୍ ବାଦାମ, ମସଲା ଚାଷ, ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ଫଳ ଏବଂ ପନିପରିବା, ସାନିଟାଇଜର ସାମଗ୍ରୀ ବିକ୍ରି କରୁଥିବା ଦୋକାନ, ଖାଦ୍ୟ ସାମଗ୍ରୀ ଏବଂ ରାସନ ଦୋକାନ, କ୍ଷୀର ଏବଂ କ୍ଷୀର ଦୋକାନ, କୁକୁଡ଼ା, ମାଂସ, ମାଛ ଏବଂ ଚାରା, ଇଲେକ୍ଟ୍ରିକାଲ୍, ଆଇଟି ମରାମତି, ପ୍ଲମ୍ବର, ମୋଟର ମେକାନିକ୍ସ, ବଢ଼େଇ, କୋରିଅର, ଡିଟିଏଚ ଏବଂ କେବୁଲ୍ ସେବା ବିକ୍ରୟ କରୁଥିବା ଦୋକାନ ଗୁଡିକ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି।

ସେହିଭଳି ଇ-କମର୍ସ ବ୍ୟବସାୟ ସୋମବାର ପାଖରୁ ଆରମ୍ଭ ହେବ। ହେଲେ ବିତରଣ ବ୍ୟବସ୍ଥାରେ ନିୟୋଜିତ ବ୍ୟକ୍ତିଙ୍କ ଗାଡିର ପାସ୍ ରହିଥିବା ଦରକାର।

ସେହିପରି ସରକାରୀ କାର୍ଯ୍ୟକଳାପ, ଆଇଟି କାର୍ଯ୍ୟାଳୟ ଏବଂ ଆନୁଷଙ୍ଗିକ ସେବା ପାଇଁ ଡାଟା ୱାର୍କ ଏବଂ କଲ୍ ସେଣ୍ଟର ଗୁଡିକ ମଧ୍ୟ ଖୋଲିପାରିବ। ହେଲେ ଅଫିସରେ ମୋଟ କର୍ମଚାରୀରୁ ୫୦ ପ୍ରତିଶତରୁ କମ୍ କର୍ମଚାରୀ ରହିବେ। ଜାତୀୟ ରାଜପଥରେ ମଧ୍ୟ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଟ୍ରକ ଚାଳକଙ୍କ ପାଇଁ ଗ୍ୟାରେଜ ଏବଂ ଢ଼ାବା ଆଦି ଖୋଲିବ।

ସେହିପରି ଗାଁ ଗୁଡ଼ିକରେ ମନରେଗା କାମ, ଶୀତଳ ଭଣ୍ଡାର, ଗୋଦାମ ସେବା, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ କାମ, ଇଟା ଭାଟି ଆଦି ଉପରୁ ସରକାର କଟକଣା ହଟାଇଛନ୍ତି। ମାଛ ବ୍ୟବସାୟ ମଧ୍ୟ ଆରମ୍ଭ ହେବ। ମାଛର ରକ୍ଷଣାବେକ୍ଷଣ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ମାର୍କେଟିଂ ଏବଂ ବିକ୍ରୟ କେନ୍ଦ୍ର ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର। ଏଥିସହିତ ଅଣ୍ଡା ଦୋକାନ, ଅଣ୍ଡା ବ୍ୟବସାୟୀଙ୍କୁ ବ୍ୟବସାୟ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି।

ସୋମବାର ଠାରୁ ରାସ୍ତା, ଜଳସେଚନ, ନିର୍ମାଣ, ଅକ୍ଷୟ ଶକ୍ତି ଏବଂ ସମସ୍ତ ପ୍ରକାର ଶିଳ୍ପ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ। ସେହିପରି ସହର ଗୁଡ଼ିକରେ ଯଦି ନିର୍ମାଣ କାମ ଆରମ୍ଭ ହେବ ତାହେଲେ ପାଖରେ ଥିବା ଶ୍ରମିକଙ୍କୁ ଏହି କାମରେ ନିୟୋଜିତ କରିହେବ।

ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ମନ୍ତ୍ରୀ ଦଳର ଏକ ବୈଠକ ଶନିବାର ବସିଥିଲା। ବୈଠକ ପରେ କୁହାଯାଇଛି ଯେ ଲକଡାଉନ୍ ବେଳେ କିଛି ସେବା ଉପରୁ ସର୍ତ୍ତମୂଳକ କଟକଣା ହଟାଇଛି ଗୃହ ମନ୍ତ୍ରଣାଳୟ। କିନ୍ତୁ ନିୟମ ପାଳନ ହେଉଛି କି ନାହିଁ ରାଜ୍ୟ ସରକାରମାନେ କଡାକଡି ଭାବରେ ତଦାରଖ କରିପାରିବେ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ନିଜସ୍ୱ କଟକଣା ଲଗାଇପାରିବେ।



from Odisha Reporter https://ift.tt/3cz52gJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages