ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ହଟସ୍ପଟ୍ ଭାବେ ପରିଚିତ ଭୁବନେଶ୍ୱରରେ ଆଜି ମଧ୍ୟ ରାପିଡ୍ ଟେଷ୍ଟିଂ ଜାରି ରହିଛି। ୭ ଦିନ ମଧ୍ୟରେ ୫ ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ଥିବାରୁ ବିଏମ୍ସି ଏଥିପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି। ଆଜି ବି ଲୋକଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଉଛି। ଜ୍ୱର କାଶ କିମ୍ବା କରୋନା ଲକ୍ଷଣ ଥିବା ବ୍ୟକ୍ତି ଏହି ଟେଷ୍ଟ କରାଇପାରିବେ।
ମୁଖ୍ୟତଃ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ପୁଲିସ୍, ଡେଲିଭରି ଯୋଗାଉଥିବା ବ୍ୟକ୍ତି, ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି, ପରିବା, କ୍ଷୀର ଯୋଗାଉଥିବା ବ୍ୟକ୍ତି ଏବଂ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ରହୁଥିବା ଲୋକଙ୍କର ସ୍ୱାବ୍ ଟେଷ୍ଟ ହେବ। ଏହାସହ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ରଖାଯାଇଛି।
ରାପିଡ୍ ଟେଷ୍ଟରେ ମାତ୍ର ୨୦ ମିନିଟ୍ ମଧ୍ୟରେ ଫଳାଫଳ ଜଣାପଡ଼ିବ। ଏଥିପାଇଁ ୧୩ଟି ଟିମ୍ ଗଠନ ହୋଇଛି। ବିଏମ୍ସିର ବିଭିନ୍ନ ଜୋନ୍ରେ ଏହି ୧୩ ଟିମ୍ ରାପିଡ ଟେଷ୍ଟ କରୁଛନ୍ତି ।
ନମୂନା ସଂଗ୍ରହ ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍ଣ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କରାଯାଉଛି। ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬ ହଜାର ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ମିଳିଥିବାରୁ ଏହା ମାଧ୍ୟମରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ଉଭୟ ପ୍ରଭାବିତ ଓ ଅଣପ୍ରଭାବିତ ଅଞ୍ଚଳରେ ଏହି ପରୀକ୍ଷା ହେଉଛି।
ଅନ୍ୟପକ୍ଷରେ ଗତକାଲି ତିନିଜଣ ବିଧାୟକ କ୍ୟାପିଟାଲ ହସ୍ପିଟାଲରେ ଯାଇ ସେମାନଙ୍କ ନମୂନା ପରୀକ୍ଷା କରିଛନ୍ତି। ବିଧାୟକମାନେ ନିଜେ ମେଡିକାଲ ଯାଇ ସେମାନଙ୍କ ନମୂନା ଦେଇଥିଲେ। ୧୫ ମିନିଟ୍ ଭିତରେ ସମସ୍ତଙ୍କର ରିପୋର୍ଟ ଆସିଥିଲା। ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2xIystP
No comments:
Post a Comment