ପ୍ରଧାନମନ୍ତ୍ରୀଙ୍କୁ ୩ଟି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

ପ୍ରଧାନମନ୍ତ୍ରୀଙ୍କୁ ୩ଟି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସ୍ଥିତି ନେଇ ଗତକାଲି ଭିଡିଓ କନ୍‌ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଅଧିକାଂଶ ରାଜ୍ୟ ଲକ୍‌ଡାଉନ୍ ଅବଧି ବଢ଼ାଇବା ପାଇଁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଆଉ ଏ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ତେବେ ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ପ୍ରସ୍ତାବ ଦେଇଥିଲେ।

ଜାତୀୟ ସ୍ତରରେ ଲକ୍‌ଡାଉନ୍ ପିରିୟଡ୍‌କୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରିବା, ଏପ୍ରିଲ ୩୦ ପୂର୍ବରୁ ରେଳ ଏବଂ ବିମାନ ଚଳାଚଳ ଆରମ୍ଭ ନକରିବା ଏବଂ ସାମାଜିକ ଦୂରତ୍ୱ ରଖି ମନରେଗା, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ଏ ପ୍ରସ୍ତାବ ରଖି ସାରିଥିଲେ ବି ପ୍ରଧାନମନ୍ତ୍ରୀଙ୍କୁ ନବୀନ ଆଉ ଥରେ ଏ ସଂପର୍କରେ ଅବଗତ କରିଥିଲେ। ସେହିଭଳି ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ଦାୟିତ୍ୱ ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହିତ ଓଡ଼ିଶାରେ ଅଟକି ଥିବା ଅନ୍ୟ ରାଜ୍ୟର ଲୋକଙ୍କ ଦାୟିତ୍ୱ ରାଜ୍ୟ ସରକାର ନେଉଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦେଶରେ ଲକ୍‌ଡାଉନ୍‌ ଅବଧିକୁ ଆଉ ଦୁଇ ସପ୍ତାହ ବଢ଼ାଇ ପାରନ୍ତି ବୋଲି ଆଲୋଚନା ହେଉଛି। ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଏକ ଟ୍ୱିଟ୍ ପରେ ଏହି ଆଲୋଚନା ଜୋର ଧରିଛି। ସେ ଟ୍ୱିଟ୍ କରି ଲକ୍‌ଡାଉନ୍ ଅବଧି ବଢ଼ାଇବା ନିଷ୍ପତ୍ତି ସଠିକ୍ ବୋଲି ଦର୍ଶାଇବା ସହିତ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ଲକ୍‌ଡାଉନ୍‌ର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି। ତେବେ ଳକ୍‌ଡାଉନ୍ ଅବଧି ବଢ଼ିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଯାଏ କୌଣସି ଘୋଷଣା ହୋଇନାହିଁ। ଅନ୍ୟପକ୍ଷରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ତାରିଖ ଯାଏ ବଢ଼ାଇ ସାରିଛି। ପଞ୍ଜାବ, କର୍ଣ୍ଣାଟକ ଓ ମହରାଷ୍ଟ୍ର ମଧ୍ୟ ଲକ୍‌ଡାଉନ୍ ପିରିୟଡକୁ ବଢ଼ାଇ ସାରିଛନ୍ତି।



from Odisha Reporter https://ift.tt/34rDYNB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages