‘କରୋନା ଭାଇରସ୍ ଭେକସିନ ବାହାରିବ ବୋଲି ଗ୍ୟାରେଣ୍ଟି ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

‘କରୋନା ଭାଇରସ୍ ଭେକସିନ ବାହାରିବ ବୋଲି ଗ୍ୟାରେଣ୍ଟି ନାହିଁ’

ଲଣ୍ଡନ: ଅନେକ ଦେଶ ଏବେ କରୋନା ଭେକସିନ୍ ପାଇଁ ଗବେଷଣା କରୁଛନ୍ତି। କ୍ଲିନିକାଲ ଟେଷ୍ଟ ପରେ ଏବେ ମଣିଷଙ୍କ ଉପରେ ପ୍ରୟୋଗ ହେଲେ କେତେ ସଫଳ ହେବେ ସେ ନେଇ ଗବେଷଣା ଚାଲିଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ବା ସ୍ୱତନ୍ତ୍ର ଦୂତ ଡେଭିଡ୍ ନାବାରୋ କହିଛନ୍ତି, ଆଗାମୀ ଦିନରେ କରୋନା ଭାଇରସ୍ ଭେକସିନ୍ ସଫଳତାର ସହିତ ବିକଶିତ ହୋଇପାରିବ ବୋଲି ଗ୍ୟାରେଣ୍ଟି ନାହିଁ।
ନାବାରୋ ହେଉଛନ୍ତି ବିଶ୍ୱର ପ୍ରମୁଖ ବିଶେଷଜ୍ଞମାନଙ୍କ ମଧ୍ୟରୁ ଜଣେ। କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ଆଗାମୀ ଦିନରେ ସତର୍କ ହୋଇ ରହିବାକୁ ହେବ। ମଣିଷକୁ ଏଥିପାଇଁ ଖାପ ଖୁଆଇ ଚଳିବାକୁ ପଡିବ। କାରଣ ଭେକସିନ ନେଇ କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସେ କହିଛନ୍ତି।

‘ଦି ଅବଜରଭର’କୁ ସାକ୍ଷାତକାର ଦେଇ WHOର ସ୍ୱତନ୍ତ୍ର ପ୍ରତିନିଧି କହିଛନ୍ତି, ସାଧାରଣ ଲୋକଙ୍କ ବିଶ୍ୱାସ ରହିଛି ଖୁବଶୀଘ୍ର କରୋନାର ଭେକସିନ୍ ବାହାରିବ। ଏପରି ଭାବିବା ଏବେ ଭୁଲ୍ ହେବ। ସବୁବେଳେ ଭେକସିନ ଭାଇରସ ବିରୋଧରେ ଲଢ଼ିପାରିନଥାଏ। ତେଣୁ କରୋନା ମୁକାବିଲା ପାଇଁ ଯେଉଁ ଭେକସିନ ବାହାରିବ ତାହା କେତେ ଦିନ ଯାଏ ସଫଳ ଭାବରେ କାର୍ଯ୍ୟକାରୀ କରିବ କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଆମକୁ ଭବିଷ୍ୟତକୁ ଆଖି ଆଗରେ ରଖି ବିକଳ୍ପ ବାଟ ଖୋଜିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ମତ ଉପରେ ଆଉ ଟିକିଏ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି, ଏହି ଭାଇରସ ଯେଉଁ ବୟସ୍କ ବ୍ୟକ୍ତିଙ୍କ ପାଖରେ ଦେଖାଯିବ ସେମାନେ କିଭଳି ସୁରକ୍ଷିତ ରହିବେ ସେ ବାବଦରେ ଚିନ୍ତା କରିବାର ଆବଶ୍ୟକ ରହିଛି। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ହସ୍ପିଟାଲର କ୍ଷମତା ମଧ୍ୟ ଆଗୁଆ ବଢ଼ାଇବାକୁ ହେବ। ଆଗାମୀ ଦିନରେ ଏହି ଭାଇରସ ସମସ୍ତଙ୍କ ପାଇଁ ସ୍ୱାଭାବିକ ହେବାକୁ ଯାଉଛି ବୋଲି ନାବାରୋ କହିଛନ୍ତି।

ପାଖାପାଖି ୪୪ଟି COVID-୧୯ ଭେକସିନ ବିଭିନ୍ନ ପର୍ଯ୍ୟାୟରେ ବିକଶିତ ହୋଇଛି। କିଛି ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହି ଭେକସିନ୍ ସଫଳ ଭାବରେ ରୂପାନ୍ତରିତ ହେବାକୁ ୧୨-୧୮ ମାସ ସମୟ ଲାଗିବ।

WHO ଅନୁଯାୟୀ, ୪୨ ଟି ଟିକା ପ୍ରି-କ୍ଲିନିକାଲ୍ ପର୍ଯ୍ୟାୟରେ ଥିବାବେଳେ କେବଳ ଦୁଇଟି ପ୍ରଥମ ପର୍ଯ୍ୟାୟରେ ସଫଳ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଥିବା ଦୁଇଟି ଭେକସିନ୍ ହେଲା ଗୋଟିଏ କାନସିନୋ ବାୟୋଲୋଜିକାଲ୍ ଏବଂ ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟେକ୍ନୋଲୋଜି ଅନ୍ୟଟି ଆମେରିକାରେ ମଡେର୍ନା / ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ଇନଫେକସନ ଡିଜିଜ (NIAID)। ୨୦୧୧ ସୁଦ୍ଧା ଏହି ଦୁଇଟି ଭେକସିନ୍ କେତେ ମାତ୍ରାରେ ସଫଳ ଜଣାପଡ଼ିବ ବୋଲି ଦୁଇ ଭେକସିନ୍ ନିର୍ମାତ କହିଛନ୍ତି।



from Odisha Reporter https://ift.tt/2XKRdri

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages