ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କରୋନା ପାଇଁ ଲକଡାଉନ୍ ଘୋଷଣା ହେବା ପରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଖାଇବାକୁ ନପାଇ ସେମାନେ ଡହଳ ବିକାଳ ହେଉଛନ୍ତି। ଲକ୍ଡାଉନ୍ ପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଥିବାରୁ ବୁଲା କୁକୁରକମାନେ ଦିନ ଦିନ ଧରି ଭୋକିଲା ହୋଇ ରହୁଛନ୍ତି। ତେବେ ଏହି ବୁଲା କୁକୁରଙ୍କ ମୁହଁରେ ଆହାର ଦେବାକୁ ରାଉରକେଲା ଇସ୍ପାତ ସହରରେ ଆଗେଇ ଆସିଛି ଏକ ପଶୁ ପ୍ରେମୀ ସଂଗଠନ ‘ସ୍ପାର୍କ’।
ଏହି ସଂସ୍ଥାର ସଦସ୍ୟମାନେ ନିଜ ହାତରେ ରୋଷେଇ କରି ବୁଲା କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି। ସକାଳେ ସନ୍ଧ୍ୟାରେ ଏମାନେ ଦୁଇ ଥର ବୁଲା କୁକୁରଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦେଉଛନ୍ତି।
from Odisha Reporter https://ift.tt/2z2E8iF
No comments:
Post a Comment