ଚାଇନାକୁ ଜବାବ: ଭାରତରେ ଆରମ୍ଭ ହେଲା ରାପିଡ ଟେଷ୍ଟ ପାଇଁ କିଟ୍‌ର ନିର୍ମାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ଚାଇନାକୁ ଜବାବ: ଭାରତରେ ଆରମ୍ଭ ହେଲା ରାପିଡ ଟେଷ୍ଟ ପାଇଁ କିଟ୍‌ର ନିର୍ମାଣ

ନୂଆଦିଲ୍ଲୀ: କରୋନା ପାଇଁ ଆବଶ୍ୟକ ଆଣ୍ଟି ବଡି ବେସଡ୍ ରାପିଡ ଟେଷ୍ଟ କିଟ(ଆରଟିକେ) ନିଜ ଦେଶରେ ନିର୍ମାଣ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଦେଶର ଥିବା ୩ଟି ଉତ୍ପାଦନ କମ୍ପାନୀ ମଧ୍ୟରୁ ୨ଟି ଏହାକୁ ତିଆରି ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ସଂଗଠନ(ସିଡିଏସ୍‌ସିଓ)ର ନିର୍ଦ୍ଦେଶକ୍ରମେ ୩ଟି ଭାରତୀୟ କମ୍ପାନୀକୁ ଆରଟିକେ ତିଆରି କରିବାକୁ ଲାଇସେନ୍ସ ପ୍ରଦାନ କରାଯାଇଛି।

ଭାରତ ସରକାର ଦେଶରେ କରୋନାର ରାପିଡ ଟେଷ୍ଟ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସରକାର ଚାଇନାଠାରୁ ଆରଟିକେ ଆଣିବାକୁ ଅର୍ଡର ଦେଇଥିଲେ। ଚାଇନା ପ୍ରଥମେ ଏପ୍ରିଲ ୫ ଓ ପରେ ଏପ୍ରିଲ ୯ରେ ଏହାକୁ ଦେବ ବୋଲି କହିଥିଲା। ହେଲେ ଏଯାଏ ଏହା ଭାରତରେ ପହଞ୍ଚି ନଥିବାରୁ ସରକାର ନଜସ୍ୱ ପ୍ରଣାଳୀରେ ଏହି କିଟ୍‌ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଇସିଏମଆର କମ୍ପାନୀମାନଙ୍କୁ ଆରଟିକେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏହାପରେ ଦିଲ୍ଲୀର ଭାନଗାର୍ଡ ଡାଇଗ୍ନୋଷ୍ଟିକ, କେରଳର ଏଚଏଲଲଏ ଲାଇଫ କେୟାର ଲିଃ ଓ ଗୁଜରାଟର ଭୋକ୍ସଟୁର ବାଓ ଲିଃ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ଏଚଏଲଏଲ ଓ ଭୋକ୍ସଟୁର ନିର୍ମାଣ କାମ ଆରମ୍ଭ କରିସାରିଛନ୍ତି।

ଏପ୍ରିଲ ୨୦ ସୁଦ୍ଧା ଏହି ଦୁଇ କମ୍ପାନୀ ୧ ଲକ୍ଷ ଆରଟିକେ ସରକାରଙ୍କୁ ଦେବେ। ଭାନଗାର୍ଡ ମଧ୍ୟ ୩ ସପ୍ତାହ ମଧ୍ୟରେ ଆରଟିକେର ନିର୍ମାଣ କାମ ଆରମ୍ଭ କରିବ। ବର୍ତ୍ତମାନ କରୋନା ଟେଷ୍ଟ ଆରଟି-ପିସିଆରରେ କରାଯାଉଛି। ଗୋଟିଏ ନମୁନା ପରୀକ୍ଷା ପାଇଁ ଏହି କିଟରେ ପ୍ରାୟ ୫ ଘଣ୍ଟା ସମୟ ଲାଗୁଛି।

ହେଲେ ଆରଟିକେରେ ଟେଷ୍ଟର ସମୟ ୩୦ ମିନିଟ ହୋଇଯିବ। ତେବେ ଆରଟିକେରେ ନେଗେଟିଭ ଆସୁଥିବା ନମୁନାଗୁଡ଼ିକୁ ଆଇସିଏମଆର ଆରଟି-ପିସିଆରରେ ପରୀକ୍ଷା କରି ନିଶ୍ଚିତ କରିବାରକୁ ଯୋଜନା ମଧ୍ୟ ରଖିଛି।

ଏଚଏଲଲ ଏକ ପବ୍ଲିକ ସେକ୍ଟର କମ୍ପାନୀ। ଏହି ସଂସ୍ଥା ନିରୋଧ ବ୍ରାଣ୍ଡର କଣ୍ଡୋମ ତିଆରି କରି ପରିଚୟ ଲାଭ କରିଥିଲା। ଏବେ ଏହା ଆରଟିକେ ନିର୍ମାଣ କାମ ହରିଆଣାର ମାନସେର ଠାରେ ଆରମ୍ଭ କରିଛି। ଏପ୍ରିଲ ୨୦ ସୁଦ୍ଧା ଏହି କମ୍ପାନୀ ୧ ଲକ୍ଷ ଆରଟିକେ ଦେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2RJ2mVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages