ଆରୋଗ୍ୟ ଆପ୍ ଜରିଆରେ ୩ କରୋନା ସନ୍ଦିଗ୍ଧ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

ଆରୋଗ୍ୟ ଆପ୍ ଜରିଆରେ ୩ କରୋନା ସନ୍ଦିଗ୍ଧ ଚିହ୍ନଟ

ଲକ୍ଷ୍ନୌ: କରେନା ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଆରୋଗ୍ୟ ଆପ୍ ୩ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିଛି। ଏହି ୩ ଆକ୍ରାନ୍ତ ଉତ୍ତର ପ୍ରଦେଶର। ଏମାନଙ୍କର ଏବେ କରୋନା ଟେଷ୍ଟ ହୋଇଛି, ରେଜଲ୍ଟ ଆସିନାହିଁ।

ଏହି ତିନି ସନ୍ଦିଗ୍ଧ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିଥିଲେ। ଆପ୍ ଡାଉନଲୋଡ଼ କରିବା ପରେ ଆବଶ୍ୟକ ତଥ୍ୟ ପୂରଣ କରିଥିଲେ। ଯାହାକି ଜଣାଇଥିଲା ଯେ ଏହି ତିନି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥାଇପାରନ୍ତି। ଯେହେତୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥିଲା ତେଣୁ ଆପ ସଙ୍ଗେସଙ୍ଗେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚନା ଦେଇଥିଲା। ଏହାପରେ ଉତ୍ତର ପ୍ରଦେଶ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅବଗତ କରାଇଥିଲା।

କେନ୍ଦ୍ର ସରକାରଙ୍କ ପାଖରୁ ତିନି କରୋନା ସନ୍ଦିଗ୍ଧଙ୍କର ନାମ, ଠିକଣା ଏବଂ ଫୋନ୍ ନମ୍ୱର ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସେମାନଙ୍କ ନିକଟକୁ ପଠାଯାଇଥିଲା ବୋଲି ଉତ୍ତର ପ୍ରଦେଶର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନରେନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଯଦି ଲୋକମାନେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ ତା’ହେଲେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ଖବଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି।

ଲିଙ୍କ ଉପରେ କ୍ଲିକ କରି ଡାଉନଲୋଡ୍ କରନ୍ତୁ ଆରୋଗ୍ୟ ଆପ୍



from Odisha Reporter https://ift.tt/3atmTUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages