ନୁଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୧୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏଯାବତ ମୋଟ୍ ୧୯,୯୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ଦେଶରେ ଏହି ମହାମାରୀରେ ୬୪୦ ଜଣଙ୍କର ମୃତ୍ୟୁ ଘଟିଛି। ୧୫,୪୭୪ ଜଣ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୭୭ ଜଣ ବିଦେଶୀ କରୋନା ଆକ୍ରାନ୍ତ ରହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୬୪୦ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ମୋଟ୍ ୩୮୬୯ ଜଣ ଡିସଚାର୍ଜ ହୋଇଛନ୍ତି।
ମହାରାଷ୍ଟ୍ରରେ ୫୪୮୧ ଜଣ ଏଯାବତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପରେ ଗୁଜରାଟରେ ସର୍ବାଧିକ ୯୦ ଜଣଙ୍କର ମୃତ୍ୟୁ ଘଟିଛି। ୨୧୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ଏଯାବତ ୨୧୫୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୭ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି।
ରାଜସ୍ଥାନରେ ୧୬୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁରେ ୧୫୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୧୫୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୬ ଜଣଙ୍କର ମୃତ୍ୟୁ ଘଟିଛି।
from Odisha Reporter https://ift.tt/3aq4Q1B
No comments:
Post a Comment