କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ନିଜର ବାହାଘର ଘୁଞ୍ଚାଇଦେଲେ ଦୁଇ ପୁଲିସ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ନିଜର ବାହାଘର ଘୁଞ୍ଚାଇଦେଲେ ଦୁଇ ପୁଲିସ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୁଦ୍ଧରେ ଡାକ୍ତରଙ୍କ ସହ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ପୁଲିସ କର୍ମଚାରୀ । ଖରାବର୍ଷାରେ ରାସ୍ତା ଉପରେ ଛିଡା ହୋଇ ସେମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଏଥିଯୋଗୁ କିଏ ନିଜ ବୁଢ଼ା ବାପମାଙ୍କୁ ଦେଖିବାକୁ ଘରକୁ ଯାଇପାରୁନି ତ କିଏ ନିଜ ଛୋଟ ଛୁଆକୁ ଘରେ ଛାଡି ଆସିଛି।

ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ କାଲି  ଦୁଇଟି ମହିଳା ପୁଲିସ କର୍ମଚାରୀ ନିଜ ବିବାହକୁ ସ୍ଥଗିତ ରଖିଦେଇଥିବା କହିଦେଇଥିଲେ । ଏଥିଯୋଗୁ ପୁଲିସ ଡିଜି ଅଭୟ ଗତକାଲି ସେମାନଙ୍କୁ  ପ୍ରଶଂସା କରିବାକୁ ଭୁଲି ନ ଥିଲେ । ଏଥିରେ ଆଜି ଯୋଡ଼ି ହୋଇଯାଇଛି ଆଉ ଦୁଇଟି ନାମ ।

କରୋନା ଭଳି ବିପତ୍ତି ସମୟରେ ନିଜର ବାହାଘରକୁ  ସ୍ଥଗିତ ରଖିଛନ୍ତି ଓଡ଼ିଶା ପୁଲିସର ୨ଜଣ କର୍ମଚାରୀ। ଦୁଇ କନେଷ୍ଟବଳ ବିକାଶ ବାରିକ ଓ ଆଶିଷ କୁମାର ଦେଙ୍କର ଆସନ୍ତା ମେ ୮ ତାରିଖରେ ବାହାଘର ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ କରୋନା ପାଇଁ ପ୍ରଥମେ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ଏହି ଦୁଇ ପୁଲିସ ସେମାନଙ୍କ ବିବାହ ତାରିଖ ଘୁଞ୍ଚାଇ ଦେଇଛନ୍ତି।

ପୁଲିସ ଡିଜି ଅଭୟ ଏଥିପାଇଁ ଦୁଇ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି । ଉଭୟ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଥିବା ଜଣାଯାଇଛି ।



from Odisha Reporter https://ift.tt/3cAzFST

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages