କରୋନା ସଙ୍କଟ ବେଳେ ସହଯୋଗ ପାଇଁ ଭାରତ ନେଲା ଆଉ ଏକ ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

କରୋନା ସଙ୍କଟ ବେଳେ ସହଯୋଗ ପାଇଁ ଭାରତ ନେଲା ଆଉ ଏକ ପଦକ୍ଷେପ

ନୂଆଦିଲ୍ଲୀ: କରୋନା ଭାଇରସ ସଙ୍କଟ ବେଳେ ଭାରତ ଅନ୍ୟ ଦେଶର ଆବଶ୍ୟକତାକୁ ଦେଖି ସହଯୋଗର ହାତ ବଢ଼ାଉଛି। ପ୍ରଥମେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲ ଔଷଧ ରପ୍ତାନୀ କରିବ ବୋଲି ଭାରତ ଘୋଷଣା କରିବା ପରେ ଏବେ ଗହମ ରପ୍ତାନୀ କରିବ। ଏ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।

ନରେନ୍ଦ୍ର ସିଂହ ତୋମାର ଟୁଇଟ୍ କରି କହିଛନ୍ତି, ଭାରତ ପାଖରେ ଗହମ ଆବଶ୍ୟକତାରୁ ଅଧିକ ମହଜୁଦ ରହିଛି। ଅନ୍ୟ ଦେଶ ଏବେ ଗହମ ପାଇଁ ନିବେଦନ କରିଛନ୍ତି। ତେଣୁ ଭାରତ ଏବେ ସେହି ଦେଶମାନଙ୍କୁ ଗହମ ଯୋଗାଇବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ନାଫେଡ ୫୦ ହଜାର ଟନ୍ ଗହମ ଆଫଗାନିସ୍ତାନକୁ ଏବଂ ୪୦ ହଜାର ଟନ ଗହମ ଲବନାନକୁ ପଠାଇବ।

ବିଗତ କିଛି ବର୍ଷର ରେକର୍ଡ ଯଦି ଦେଖିବା ତାହେଲେ ଭାରତ ଅନ୍ୟ ଦେଶକୁ ଖାଦ୍ୟଶସ୍ୟ ରପ୍ତାନୀ କରିଛି। ୨୦୧୧-୨, ୨୦୧୩-୧୪ ଏବଂ ୨୦୧୭-୧୮ରେ ଭାରତ ୩.୫ ଲକ୍ଷ ମାଟ୍ରିକ ଟନ ଗହମ ଆଫଗାନିସ୍ତାନକୁ ଦେଇଛି। ଏଥିପାଇଁ ଭାରତ କୌଣସି ପଇସା ନେଇ ନାହିଁ। ୨୦୧୨-୧୩ରେ ମାନବିକତା ଆଧାରରେ ସେତେବେଳର ମନମୋହନ ସିଂହ ସରକାର ୨,୪୪୭ ମାଟ୍ରିକ ଟନ୍ ଗହମ ୟମେନ ସରକାରକୁ ଦେଇଥିଲେ। ଏହାବାଦ୍ ଛୋଟ ଆକାରରେ ଶ୍ରୀଲଙ୍କା, ନାମ୍ୱିଆ, ଲେସୋଥୋ ଏବଂ ମିଆଁମାରକୁ ଚାଉଳ ଦେଇଛି।

ସୂଚନାଯୋଗ୍ୟ, ଖାଦ୍ୟଶସ୍ୟ ରପ୍ତାନୀ କାମ ନାଫେଡ କରିଥାଏ। ଏଥିପାଇଁ କୌଣସି ଟ୍ରେଡିଂ ବା ନିଲାମୀ ଡକାଯାଏ ନାହିଁ। କାରଣ ରପ୍ତାନୀ ଦୁଇ ଦେଶର ସରକାର ମଧ୍ୟରେ ହୁଏ। ଅନ୍ୟଦେଶ ମାନେ ମଧ୍ୟ ଖାଦ୍ୟଶସ୍ୟ ରପ୍ତାନୀ କରିବା ପାଇଁ ନିବେଦନ କରିଛନ୍ତି। ଆଗାମୀ ଦିନରେ ବିଚାରବିମର୍ଶ କରି ନିଷ୍ପତ୍ତି ନିଆଯିବ ବୋଲି ନରେନ୍ଦ୍ର ସିଂହ ତୋମାର କହିଛନ୍ତି।



from Odisha Reporter https://ift.tt/2RrmjAo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages