ଜଗତସିଂହପୁରର ଦୁଇ ଶକ୍ତିପୀଠ ଅଞ୍ଚଳରେ ୧୪୪ ଧାରା ଜାରି ପାଇଁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

ଜଗତସିଂହପୁରର ଦୁଇ ଶକ୍ତିପୀଠ ଅଞ୍ଚଳରେ ୧୪୪ ଧାରା ଜାରି ପାଇଁ ନିର୍ଦ୍ଦେଶ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ଭିତରେ ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହିତ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପଣା ସଂକ୍ରାନ୍ତି ଝାମୁ ଯାତ୍ରା ଅବସରରେ ଲୋକେ ଯେପରି ଏହି ଦୁଇ ସ୍ଥାନରେ ଏକତ୍ରିତ ନହୋଇପାରିବେ, ସେଥିପାଇଁ ଏହି ଧାରା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ- ୩ ଦିନ ପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୪ ତାରିଖ ହେଉଛି ପଣାସଂକ୍ରାନ୍ତି। ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନକୁ ଓଡ଼ିଶାରେ ନବବର୍ଷ ଭାବେ ବି ପାଳନ କରାଯାଏ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ଏହି ଦୁଇ ଅଞ୍ଚଳରେ ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକତ୍ର ନହେବାକୁ କୁହାଯାଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶବ୍ୟାପୀ ୧୪ ତାରିଖରେ ଲକ୍‌ଡାଉନ୍‌ ଶେଷ ହେଉଥିବା ବେଳେ ଓଡ଼ିଶା ସରକାର ଏହାକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରାଜ୍ୟରେ ଏଯାବତ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବ ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।



from Odisha Reporter https://ift.tt/3aWw5C6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages