ଗୌହାଟୀ: କରୋନା ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି କାରଣରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅରୁଣାଚଳ ପ୍ରଦେଶରେ ଲକଡାଉନ ଯୋଗୁ ଚାଉଳ ନ ମିଳିବାରୁ କିଛି ଶିକାରୀ ଗୋଟିଏ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରାକୁ ମାରି ଖାଇ ଦେଇଛନ୍ତି।
ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ୩ ଜଣ ବ୍ୟକ୍ତି ଏହି ବିରାଟ କାୟ କୋବ୍ରାକୁ ନିଜ କାନ୍ଧରେ ପକାଇଛନ୍ତି। ସେମାନେ ଏହାକୁ ଜଙ୍ଗଲରେ ଶିକାର କରିଥିବା କହୁଛନ୍ତି। କୋବ୍ରା ମାଂସକୁ ବାହାର କରିବା ପାଇଁ ଏହି ୩ ଜଣ କଦଳୀ ପତ୍ରର ବ୍ୟବସ୍ଥା କରିଛନ୍ତି।
ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଛନ୍ତି ଯେ କରୋନା ପାଇଁ ଲକଡାଉନ ଜାରି ହୋଇଛି। ଏଥିପାଇଁ ଆମ ଘରେ ଖାଇବାକୁ ଚାଉଳ ନାହିଁ। ଫଳରେ ଆମେ ଜଙ୍ଗଲକୁ କିଛି ଖାଦ୍ୟ ସଂଗ୍ରହରେ ଯାଇଥିଲୁ। ହେଲେ ଆମକୁ କେବଳ କୋବ୍ରା ହିଁ ମିଳିଥିଲା। ତେଣୁ ଆମେ ଏହାକୁ ଖାଇବା ପାଇଁ ଶିକାର କରିଛୁ।
ଅନ୍ୟପକ୍ଷରେ ଏହି ଭିଡିଓ ଭାଇରାଲ ହେବା ପରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ, ସଂପୃକ୍ତ ୩ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇନ ଅନୁଯାୟୀ, କୋବ୍ରାକୁ ଶିକାର କରୁଥିବା ବ୍ୟକ୍ତିଙ୍କ ନାଁରେ ରୁଜୁ ହେଉଥିବା ମାମଲାରେ ଜାମିନ ମିଳିବ ନାହିଁ।
from Odisha Reporter https://ift.tt/2VlH2aX
No comments:
Post a Comment