ଦେଶରେ କରୋନା ଜନିତ ମୃତକଙ୍କ ହାର ୨.୭% - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ଦେଶରେ କରୋନା ଜନିତ ମୃତକଙ୍କ ହାର ୨.୭%

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ଦେଶରେ ଏଯାବତ ୧୪୯ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୨୫ ଥିଲା। ତେବେ ସୋମବାର ସୁଦ୍ଧା ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ହାରାହାରି ବୟସ ୬୦। ରକ୍ତ ଚାପ ଓ ମଧୁମେହ ଆଦି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନେ କରୋନାକ୍ରାନ୍ତ ହେଲେ ରିସ୍କ ବଢ଼ିଯାଉଛି।

ଏପ୍ରିଲ ୬ରେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ମନ୍ତ୍ରଣାଳୟ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୭ ରହିଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷ ୩,୦୯୧ ମହିଳା ୯୭୬। ସେଥିମଧ୍ୟରୁ ୪୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ଥିଲେ ୧,୯୧୧, ମୃତକ ଥିଲେ ୮। ସେହିପରି ୪୦ରୁ ୬୦ ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮୩ ରହିଥିବାବେଳେ ୩୩ ରହିଛି ମୃତ୍ୟୁ ସଂଖ୍ୟା। ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ମୋଟ ୭୭୩ ଆକ୍ରାନ୍ତ ହୋଇଥିବାବେଳେ ୬୯ ଜଣଙ୍କର ମୃତ୍ୟୁ ଘଟିଛି, ଯାହାକି ସୋମବାର ସୁଦ୍ଧା ମୃତ୍ୟୁ ବରଣ କରିଥିବା ମୋଟ୍ ସଂଖ୍ୟାର ୮.୯ ପ୍ରତିଶତ। ୩,୦୯୧ କରୋନା ଆକ୍ରାନ୍ତ ପୁରୁଷଙ୍କ ମଧ୍ୟରୁ ୮୦ ଜଣ ମୃତ୍ୟୁ ବରଣ କରିଥିବାବେଳେ ୯୭୬ ମହିଳା ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ମୃତ୍ୟୁ ବରଣ କରିଛନ୍ତି। ମୋଟ ଉପରେ ଏଯାଏଁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨.୭ ପ୍ରତିଶତ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

ଟାଇମ୍ସ ଅଫ୍ ଇଣ୍ଡିଆ ସୋମବାର ସୁଦ୍ଧା ମୃତକଙ୍କ ସଂଖ୍ୟାକୁ ନେଇ ସର୍ଭେ କରିବା ପରେ ମଧ୍ୟ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି କରୋନାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ବ୍ୟକ୍ତି ମଧୁମେହ ଏବଂ ରକ୍ତ ଚାପ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଏଯାବତ ମୃତ୍ୟୁ ବରଣ କରିଥିବା ମୃତକଙ୍କ ମଧ୍ୟରେ ଏହି ଦୁଇ ରୋଗ ଅଧିକାଂଶଙ୍କ ପାଖରେ ରହିଛି।

ଚାଇନାରେ ମଧ୍ୟ ୩୩୦୦ରୁ ଅଧିକ ଲୋକ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ସେଥିମଧ୍ୟରୁ ଅଧିକାଂଶ ହୃଦରୋଗ ଏବଂ ଫୁସଫୁସ ଜନିତ ସଂକ୍ରମିତ ଥିଲେ। ଏହାପରେ ରକ୍ତ ଚାପ ଏବଂ ମଧୁମେହରେ ଆକ୍ରାନ୍ତ ଥିଲେ ମୃତକ।

ଦେଶରେ ସୋମବାର ସୁଦ୍ଧା ମୃତ୍ୟୁବରଣ କରିଥିବା ୧୦୯ ଜଣଙ୍କ ମଧ୍ୟରୁ ମୋଟ୍ ୮୬ ଜଣ ମଧୁମେହ ଏବଂ ରକ୍ତଚାପରେ ଆକ୍ରାନ୍ତ ଥିଲେ। ୫୬ ପ୍ରତିଶତ ମଧୁମେହରେ ଆକ୍ରାନ୍ତ ଥିବାବେଳେ ୪୭ ପ୍ରତିଶତ ରକ୍ତଚାପରେ ଆକ୍ରାନ୍ତ ଥିଲେ। ସେହିପରି ହାରାହାରି ଭାବରେ ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆସ୍‌ଥମା ବା ଶ୍ୱାସ ରୋଗରେ ଆକ୍ରାନ୍ତ ଥିଲେ। ୧୬ ଜଣ ହୃଦଘାତରେ ଆକ୍ରାନ୍ତ ଥିଲେ। ସେହିପରି ବୃକକ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ମୃତକଙ୍କ ମଧ୍ୟରେ ୧୬ ପ୍ରତିଶତ ରହିଛି।



from Odisha Reporter https://ift.tt/3dXLrrU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages