ବ୍ରହ୍ମବରଦାରେ ବଢିଲା କଣ୍ଟେନମେଣ୍ଟ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ବ୍ରହ୍ମବରଦାରେ ବଢିଲା କଣ୍ଟେନମେଣ୍ଟ ଅବଧି

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଳା ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ତାହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲ।। ଆଜି ରାତି ଆଠଟାରେ ଏହି ଅବଧି ସରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ  ପୁଣି  ଥରେ ବଢ଼ାଯାଇଛି। ଆସନ୍ତା ୧୨ ତାରିଖ ରାତି ଆଠଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ  ଆଜି ଏହି ସୂଚନା ଦେଇଛନ୍ତି।

ବ୍ରହ୍ମବରଦାର ପାଖାପାଖି ୧୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ହେଲେ ସର୍ଭେଲାନସ କାମ ଶେଷ ହୋଇନଥିବାରୁ ପୁଣିଥରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। 

ସୂଚନାଯୋଗ୍ୟ, ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ  ନଜାମୁଦ୍ଦିନ୍‌ ଧର୍ମ ସଭାରେ ଯୋଗଦେଇ ଗତ ୧୮ ତାରିଖରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେ ଜିଲ୍ଲାର ବିଭିନ୍ନ ଧର୍ମ ସଭାରେ ଯୋଗ ଦେଇଥିଲେ। ‘କରୋନା’ରେ ଆକ୍ରାନ୍ତ ବ୍ୟକ୍ତି ଜଣକ ମୌଲବି ବୋଲି ଜଣାପଡ଼ିଥିଲା।  ତା’ପରେ ଜିଲ୍ଲା ପ୍ରଶାସନ ବ୍ରହ୍ମବରଦାର ପାଖାପାଖି ୧୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଥିଲା।

 

 

 



from Odisha Reporter https://ift.tt/2URowHd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages