କରୋନା ନେଲା ଗ୍ରାମୀ ପୁରସ୍କାର ବିଜେତା ଗାୟକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

କରୋନା ନେଲା ଗ୍ରାମୀ ପୁରସ୍କାର ବିଜେତା ଗାୟକଙ୍କ ଜୀବନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ ବିଶ୍ୱ ମହାମାରୀ ନୋଭେଲ୍ କରୋନା ଭୂତାଣୁ ସହ ମହାସଂଗ୍ରାମ କରୁଛି। କୋଭିଡ୍-୧୯ ଯୋଗୁ ଗୋଟିଏ ପରେ ଗୋଟିଏ ଲୋକଙ୍କ ପ୍ରାଣ ଯାଉଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୪  ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୮୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। କରୋନାର ସଂକ୍ରମଣ ବଡ଼ ବଡ଼ ସେଲେବ୍ରିଟିଙ୍କର ମଧ୍ୟ ଜୀବନ ନେଇସାରିଲାଣି। ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକାର ଲୋକପ୍ରିୟ ଗାୟକ ତଥା ଗୀତିକାର ଜନ୍ ପ୍ରାଇନ୍‌। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।

ଜନ୍‌ଙ୍କ ପରିବାର ଏହି ଖବର ଆମେରକୀୟ ଗଣମାଧ୍ୟକୁ ପ୍ରକାଶ କରିଛି। ଏହା ପୂର୍ବରୁ ଜନ୍‌ କରୋନା ସଂକ୍ରମିତ ଥିବା ନେଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ୍ କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ପୂରା ହଲିଉଡରେ ଶୋକର ଛାୟା ଖେଳିଯାଇଛି। ବହୁ ସେଲେବ୍ରଟି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ହଠାତ୍ କରୋନା ଲକ୍ଷଣ ଦେଖାଯିବା ପରେ ମାର୍ଚ୍ଚ ୨୬ ତାରିଖରେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ୧୩ ଦିନ ଧରି ଆଇସିୟୁରେ ଥିଲେ।

ଜନ୍ ପ୍ରାଇନ୍‌ଙ୍କ ପ୍ରଥମ ଆଲବମ୍ ୧୯୭୧ରେ ରିଲିଜ୍ ହୋଇଥିଲା। ସେ ୨ ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ, ସେ ଦୁଇଥର କ୍ୟାନସର୍‌ରେ ପଡ଼ିଥିଲେ। ୧୯୯୬ରେ କର୍କଟ କାରଣରୁ ତାଙ୍କ ଗଳାର ଏକ ଅଂଶ ବାହାର କରାଯାଇଥିଲା। ଏହା ପରେ ସେ ପୁଣିଥରେ ସ୍ପିଚ୍ ଥେରାପି ଜରିଆରେ ପର୍ଫମ୍ କରିଥିଲେ। କିନ୍ତୁ ୨୦୧୩ରେ ସେ ଫୁସ୍‌ଫୁସ୍‌ କ୍ୟାନସର୍‌ରେ ପୀଡ଼ିତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ଠିକ୍ ହୋଇଯାଇଥିଲା। ଦୁଇ ଦୁଇଥର କ୍ୟାନସର୍ ଭଳି ପ୍ରାଣଘାତୀ ରୋଗକୁ ମାତ୍ ଦେଇଥିବା ଜନ୍ କିନ୍ତୁ କରୋନା ଯୁଦ୍ଧରେ ହାରିଗଲେ।



from Odisha Reporter https://ift.tt/34kK5TB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages