ଲକଡାଉନ୍ ଉଲ୍ଲଂଘନ: ୩ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

ଲକଡାଉନ୍ ଉଲ୍ଲଂଘନ: ୩ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ

ଜମ୍ମୁ: ତିନି ବିଜେପି ନେତା ଲକଡାଉନ୍ ନିୟମ ଉଲ୍ଲଂଘନ କରିଛନ୍ତି। ଏହି ଅଭିଯୋଗରେ ଜମ୍ମୁ କଶ୍ମୀର ପୁଲିସ ତିନି ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତିନି ବିଜେପି ନେତାଙ୍କ ମଧ୍ୟରେ ଜମ୍ମୁର ଡେପୁଟି ମେୟର ପୂର୍ଣ୍ଣିମା ଶର୍ମା ରହିଛନ୍ତି। ଆଉ ଦୁଇ ଜଣ ହେଲେ ରାଜେଶ ଗୁପ୍ତା ଏବଂ ସନ୍ଧ୍ୟା ଗୁପ୍ତା। ଲକଡାଉନ ବେଳେ ଶନିବାର ଏହି ତିନି ନେତା ରଘୁନାଥ ବଜାରକୁ ଆସି ହରି ଥିଏଟର ପାଖକୁ ଆସି ଶତାଧିକ ଲୋକଙ୍କୁ ରିଲିଫ୍ ପ୍ରଦାନ କରୁଥିଲେ।

ଏହି ତିନି ନେତା ରିଲିଫ୍ ବାଣ୍ଟିବା ବେଳେ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରିନଥିବା ଅଭିଯୋଗ ରହିଛି। ଯାହାକି ଶତାଧିକ ଲୋକଙ୍କ ସହିତ ନିଜକୁ ବିପଦରେ ପକାଇଛନ୍ତି।

ପୂର୍ଣ୍ଣିମା ଶର୍ମା ଜମ୍ମୁ ମ୍ୟୁନିସିପାଲିଟି କର୍ପୋରେସନ୍ (ଜେଏମସି) ର ଡେପୁଟି ମେୟର, ରାଜେଶ ଗୁପ୍ତା ଜଣେ ପୂର୍ବତନ ବିଜେପି ବିଧାୟକ ସେହିପରି ସାନ୍ଧ୍ୟା ଗୁପ୍ତା ଜେଏମସିର ଜଣେ ନେତା ତଥା କର୍ପୋରେଟର।



from Odisha Reporter https://ift.tt/2VEiJUK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages