ଆଇସୋଲେସନ ନିୟମ ଭାଙ୍ଗି ୨ କ୍ରୀଡ଼ାବିତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଆଇସୋଲେସନ ନିୟମ ଭାଙ୍ଗି ୨ କ୍ରୀଡ଼ାବିତ ଗିରଫ

ପ୍ୟାରିସ: କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ ରହିବାକୁ କହିଛନ୍ତି। ହେଲେ ଏହି ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ଜଣ ରଗବୀ ଖେଳାଳି ଗିରଫ ହୋଇଛନ୍ତି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଦାୟିତ୍ୱହୀନତାର ପରିଚୟ। ଏହି ଦୁଇ ଖେଳାଳିଙ୍କ ସମ୍ପର୍କରେ ଆମେ ରଗବୀର ବିଶ୍ୱ ସଂଗଠନକୁ ଜଣାଇବୁ। ଅବଶ୍ୟ ଏହି ଦୁଇ ଖେଳାଳିଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ।

କିନ୍ତୁ ସେମାନେ ଫିଜି ତରଫରୁ ପ୍ରଫେସନାଲ ମ୍ୟାଚ ଖେଳୁଛନ୍ତି ଏବଂ ବେଶ ଲୋକପ୍ରିୟ ମଧ୍ୟ। ନିକଟରେ ଫିଜି ଟିମ୍ ସିଙ୍ଗାପୁରରୁ ଫେରିଥିଲା। ଏହାପରେ ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଉ ଥିଲା। ହେଲେ ଏମାନଙ୍କ ମଧ୍ୟରୁ ୨ ଜଣ ନିୟମ ଭାଙ୍ଗି ଏଣେତେଣେ ବୁଲୁଥିବା ଖବର ମିଳିଛି। ଏହାଦ୍ୱାରା ଦେଶରେ ସଂକ୍ରମଣ ବ୍ୟାପିବାର ଭୟ ସୃଷ୍ଟି ହୋଇଛି।

ଏବେ ସେମାନଙ୍କୁ ଗିରଫ କରାଯାଇଛି। ଏହାପରେ ଫିଜି ରଗବୀ ୟୁନିୟନ ଏହି ଦୁଇ ଖେଳାଳିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2x29024

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages