କରୋନା ବ୍ୟାପିବା ପାଇଁ ‘ତବଲିଗି ଜମାତ୍‌’କୁ ଦୋଷ ଦେବାରୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

କରୋନା ବ୍ୟାପିବା ପାଇଁ ‘ତବଲିଗି ଜମାତ୍‌’କୁ ଦୋଷ ଦେବାରୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ‘ତବଲିଗି ଜମାତ୍‌’କୁ ନେଇ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଏହି ଧାର୍ମିକ ସମ୍ମିଳନୀକୁ ସମାଲୋଚନା କରିବାରୁ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ଚା’ ଦୋକାନ ନିକଟରେ କିଛି ଲୋକ ଠିଆ ହୋଇ କଥା ହେଉଥିଲେ। କରୋନା ସମ୍ପର୍କରେ ଆଲୋଚନା ଚାଲିଥିବାରୁ ଜଣେ ବ୍ୟକ୍ତି ଶହ ଶହ କରୋନା ଆକ୍ରାନ୍ତଙ୍କ ହଟ୍‌ସ୍ପଟ୍‌ ପାଲଟିଥିବା ‘ତବଲିଗି ଜମାତ୍‌’ କଥା ଉଠାଇଥିଲେ। ଏହା ପରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।

ପୁଲିସ୍‌ କହିବା ଅନୁଯାୟୀ, ସକାଳ ୯.୩୦ ସମୟରେ ଏହି ଘଟଣା ଘଟିଥିଲା। ଯୁକ୍ତି ତର୍କ ଦୁଇଜଣଙ୍କ ମଧୋୟରେ ତୀବ୍ର ହୋଇଥିଲା। ଏହା ହାତାହାତି ଯାଏ ଯାଇଥିଲା। ଏହାପରେ ଅଭିଯୁକ୍ତ ‘ତବଲିଗି ଜମାତ୍‌’ ପ୍ରସଙ୍ଗ ଉଠାଇଥିବା ବ୍ୟକ୍ତିଙ୍କୁ ଗୁଳି ମାରି ଦେଇଥିଲେ। ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ପୁଲିସ୍‌ ହେପାଜତରେ ଦେଇଛନ୍ତି।

ଏହାପରେ ପ୍ରୟାଗରାଜ ପୁଲିସ୍‌ ଶାନ୍ତିରକ୍ଷା ପାଇଁ ଅନୁରୋଧ କରିଛି। ଉତ୍ତରପ୍ରଦେଶ ସରକାର ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳର ଆଖ ପାଖ ଅଞ୍ଚଳରେ ପୁଲିସ୍‌ ମୂତୟନ କରାଯାଇଛି।



from Odisha Reporter https://ift.tt/2RcQhbg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages