ସୋନିଆଙ୍କ ସମେତ ଦେଶର ପ୍ରମୁଖ ରାଜନେତାମାନଙ୍କ ସହ କଥା ହେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ସୋନିଆଙ୍କ ସମେତ ଦେଶର ପ୍ରମୁଖ ରାଜନେତାମାନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ପ୍ରଣବ ମୁଖାର୍ଜୀ ଏବଂ ପ୍ରତିଭା ପାଟିଲଙ୍କ ସହ ଆଲୋଚନା କରିଛନ୍ତି। ସେ ଭାରତର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ୍‌ଡି ଦେବେଗୌଡ଼ାଙ୍କ ସହ ମଧ୍ୟ କଥା ହୋଇଛନ୍ତି। କରୋନା ଭୂତାଣୁ  ବ୍ୟାପିବା ଏବଂ ଏହାର ମୁକାବିଲା ନେଇ ସେ ଆଲୋଚନା କରିଛନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ମୋଦି ଏହି ଅବସରରେ କଂଗ୍ରେସର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧିଙ୍କ ସହ ମଧ୍ୟ ମୋଦି ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ, ଅଖିଲେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି।

ବିଶେଷ ସୂତ୍ରରୁ ଜଣାପଡ଼ିଛି ବର୍ତ୍ତମାନ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ଉଠାଇବା ପାଇଁ ସେ ବିଭିନ୍ନ ଲୋକଙ୍କଠାରୁ ପରାମର୍ଶ ନେଉଛନ୍ତି। ଏହି କ୍ରମରେ ବିଭିନ୍ନ ରାଜନେତାଙ୍କ ସହ ଆଲୋଚନା କରିଛନ୍ତି। ଗତ ସପ୍ତାହରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସେ ଭିଡିଓ କନ୍‌ଫରେନ୍ସ ଯୋଗେ କଥା ହୋଇଥିଲେ।



from Odisha Reporter https://ift.tt/2yvnzeY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages