ଚାଲି ଚାଲି ଯାଉଥିଲେ ଖଡ଼ଗପୁର; ଅଟକାଇଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ଚାଲି ଚାଲି ଯାଉଥିଲେ ଖଡ଼ଗପୁର; ଅଟକାଇଲା ପୁଲିସ୍‌

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏମିତିକି ରାଜ୍ୟ ସହିତ ଜିଲ୍ଲାର ସୀମାକୁ  ବି  ସିଲ୍  କରି ଦିଆଯାଇଛି।

ଏପରି  ସ୍ଥିତିରେ ଆମ ରାଜ୍ୟରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକଙ୍କ ରହିବା  ଓ ଖାଇବା ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ହେଲେ ଗତକାଲି ରାତିରେ ବଲାଙ୍ଗିର ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଲକ୍‌ଡାଉନ୍ ଯୋଗୁ ପଶ୍ଚିମବଙ୍ଗ ରାଜ୍ୟ ଖଡଗପୁର ଅଞ୍ଚଳର ୧୮ ଜଣ ଶ୍ରମିକ ପାଟଣାଗଡ଼ ଅଞ୍ଚଳରେ ଫସି ରହିଥିଲେ। ହେଲେ ଲକ୍‌ଡାଉନ୍‌ର ସମୟ ସୀମା ବଢ଼ିଯିବାରୁ ଏହି ଶ୍ରମିକମାନେ ଗତକାଲି ରାତିରେ ପାଦରେ ଚାଲି ଚାଲି ଖଡଗପୁର ଯିବା ପାଇଁ ବାହାରିଥିଲେ। ସେମାନେ ପ୍ରାୟ ୪୦ କିଲୋମିଟର ଅତିକ୍ରମ କରି ବଲାଙ୍ଗିର ସହରରେ ପହଞ୍ଚିଲେ।  ସେଠାରେ କିନ୍ତୁ ବଲାଙ୍ଗିର ଟାଉନ ପୁଲିସ ସେମାନଙ୍କୁ ଅଟକାଇବା ସହ ଥାନାକୁ ଆଣିଥିଲେ।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକମାନଙ୍କୁ କ୍ୱାରେନଟାଇନ ସେଣ୍ଟରରେ ରଖାଯାଇଛି। ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିଛି ପ୍ରଶାସନ।

 



from Odisha Reporter https://ift.tt/34KHrXq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages