ଜିଓରେ ଫେସବୁକ ନିବେଶ କଲା ୪୩,୫୭୪ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

ଜିଓରେ ଫେସବୁକ ନିବେଶ କଲା ୪୩,୫୭୪ କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମ ଏବଂ ଫେସବୁକ୍ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। ମୁକେଶ ଅମ୍ୱାନୀଙ୍କ ନେତୃତ୍ୱାଧୀନ ଜିଓରେ ଜୁକରବର୍ଗଙ୍କ ଫେସବୁକ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି। ଯାହାକି ଜିଓର ମୋଟ୍ ଅଂଶଧନର ୯.୯୯%। ଜିଓ-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହି ସୂଚନା ଦେଇଛି।

ଫେସବୁକ ଜିଓ ଫ୍ଲାଟଫର୍ମରେ ନିବେଶ କରିବା ପରେ ଜିଓର ମୂଲ୍ୟ ୪.୬୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସ୍ୱଳ୍ପ ପୁଞ୍ଜିନିବେଶ କ୍ୟାଟାଗୋରୀ ଜରିଆରେ ଯଦି ଦେଖିବା ଏଫଡିଆଇ ଜରିଆରେ ଏହା ହେଉଛି ସର୍ବାଧିକ ପୁଞ୍ଜି ନିବେଶ। ଭାରତ ଏବଂ ଆମେରିକାର ଦୁଇ ପ୍ରମୁଖ ଡିଜିଟାଲ କମ୍ପାନୀ ପରସ୍ପର ମଧ୍ୟରେ ଡିଲ୍ କରିବା ପରେ ଆଗାମୀ ଦିନରେ ରୋଜଗାର ଏବଂ ବିଜନେସ ବଢ଼ିବ ବୋଲି ଆଶା ରହିଛି।

ଫେସବୁକ କହିଛି, ଭାରତରେ ଫେସବୁକ ବ୍ୟବସାୟ କରୁଛି। ଜିଓରେ ପୁଞ୍ଜି ନିବେଶ କରିବା ପରେ ଏହା ଭାରତ ଏବଂ ତାଙ୍କ କମ୍ପାନୀ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବ। ଭାରତରେ ଜିଓ ଡିଜିଟାଲ ପ୍ଲାଟଫର୍ମରେ ଏକ ବୈପବ୍ଲିକ ପରିବର୍ତ୍ତନ ଆଣିଛି। ଏଥିପାଇଁ ଆମେ ଉତ୍ସାହିତ ରହିଛୁ। ୪ ବର୍ଷରେ ରିଲାଏନ୍ସ ଜିଓ ୩୮ କୋଟିରୁ ଅଧିକ ଗ୍ରାହକ ପାଇବାରେ ସଫଳ ହୋଇଛି। ଏଥିପାଇଁ ଜିଓ ଜରିଆରେ ଭାରତର ଅତି ନିକଟତର ହେବାକୁ ଫେସବୁକ ଚେଷ୍ଟା କରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୨୪ ମାର୍ଚ୍ଚରେ ଫେସବୁକ ଜିଓରେ ପୁଞ୍ଜି ନିବେଶ ପାଇଁ ଚିନ୍ତା କରୁଥିଲା ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2XUoqRd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages