‘୫ ଦିନରେ ସ୍କୁଲ ପିଲାଙ୍କ ପାଖରେ ବହି ପହଞ୍ଚାଓ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

‘୫ ଦିନରେ ସ୍କୁଲ ପିଲାଙ୍କ ପାଖରେ ବହି ପହଞ୍ଚାଓ’

ଭୁବନେଶ୍ୱର (ଓଡିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ ହୋଇଥିବାରୁ ପିଲାଙ୍କ ପାଠପଢା ଏକ ପ୍ରକାର ଠପ୍‌ ହୋଇଯାଇଛି । ଏପରି ସମୟରେ ଘରେ ରହି ପିଲାମାନେ ଯେପରି ପାଠ ପଢିପାରିବେ ସେଥିପ୍ରତି ପଦକ୍ଷେପ ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ ୫ ଦିନ ମଧ୍ୟରେ ପିଲାମାନଙ୍କ ପାଖରେ ସ୍କୁଲ ବହି ପହଞ୍ଚାଇବାକୁ କୁହାଯାଇଛି । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିନିମନ୍ତେ  ଅଭିଭାବକଙ୍କୁ ସ୍କୁଲକୁ ଡାକି ବହି ଦିଆ  ଯିବାକୁ କୁହାଯାଇଛି । ନଚେତ ଘରକୁ ଘର ଯାଇ ପିଲାଙ୍କ ନିକଟରେ ବହି ଦେବାକୁ ପରାମର୍ଶ ଦିଆଯାଇଛି ।

ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ  ଜୋନରେ କିନ୍ତୁ  ବହି ନ ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି ।



from Odisha Reporter https://ift.tt/3eCREdc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages