ବଜାରରେ ବୁଲୁଛନ୍ତି ଅମାନିଆ, ସାବାଡ଼ କରୁଛି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ବଜାରରେ ବୁଲୁଛନ୍ତି ଅମାନିଆ, ସାବାଡ଼ କରୁଛି ପୁଲିସ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚି ସାରିଥିବା ବେଳେ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ବିଶ୍ରା ଏବଂ ନାଲା ରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନରେ କିଛି ଲୋକ ଗାଇଡ଼ ଲାଇନ୍‌ ନ ମାନି ଅମାନିଆ ହୋଇ ଏଣେ ତେଣେ ବୁଲୁ ଥିବାରୁ ପୁଲିସ  କଡା ପଦକ୍ଷେପ ଗ୍ରହଣ କରୁଛି ।

ଯେଉଁମାନେ ବିନା କାରଣରେ ଘରୁ ପଦାକୁ ବାହାରୁଛନ୍ତି ସେମାନଙ୍କୁ ପୁଲିସ ତାଗିଦ କରିବା ସହ ଲାଠି ମାରି ଘରକୁ ପଠାଇ ଦେଉଛି । ବିଶେଷ କରି ନାଲା ରୋଡ଼, ପୁରୁଣା ଷ୍ଟେସନ ରୋଡ଼, ପ୍ଲାଣ୍ଟସାଇଟ ରୋଡ଼, ଆନନ୍ଦ ଭବନ ଲେନ ଅଞ୍ଚଳରେ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ମୁତୟନ କରାଯାଇଛି ।



from Odisha Reporter https://ift.tt/3bPYeLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages