ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ଯୋଗୁ ହ୍ୱାଟ୍ସଆପ୍ ମାଧ୍ୟମରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ। “ଶିକ୍ଷା ସଂଯୋଗ” ନାମକ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ।
ବିଭିନ୍ନ ବିଷୟର ପ୍ରତ୍ୟେକ ଅଧ୍ୟାୟର PDF ଫାଇଲ୍ ଛାତ୍ରଛାତ୍ରୀଙ୍କୁ ଗ୍ରୁପ୍ ମାଧ୍ୟମରେ ପଠାଯିବ। ଏହି କାର୍ଯ୍ୟକ୍ରମ ମେ’ ୪ରୁ ଜୁନ୍ ୧୩ ପର୍ଯ୍ୟନ୍ତ ମୋଟ ୬ ସପ୍ତାହ ଚାଲିବ। ପ୍ରତିଦିନ ୪୫ ମିନିଟ୍ରୁ ୧ ଘଣ୍ଟା ଅବଧିର ୪ଟି କ୍ଲାସ୍ ରହିବ। ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଚିଠି ଲେଖିଛନ୍ତି। ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି।
ସୂଚନାଥାଉ କି, ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲରେ ଏହି “ଶିକ୍ଷା ସଂଯୋଗ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
from Odisha Reporter https://ift.tt/3cZv8cP
No comments:
Post a Comment