ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା ): କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଥିବା ବେଳେ ଏହାଦ୍ୱାରା ଯେପରି ଅଧିକ ଲୋକ ସଂକ୍ରମିତ ନହେବ ସେଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।
ଗତ ୨୪ ତାରିଖ ମଧ୍ୟରାତ୍ରରୁ ୨୧ ଦିନ ପାଇଁ ସମଗ୍ର ଭାରତବର୍ଷରେ ଲକ୍ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଲକ୍ଡାଉନ୍ ସମୟରେ ଅତ୍ୟନ୍ତ ଜରୁରୀ ନହେଲେ ବାହାରକୁ ନ ଆସିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।
ହେଲେ ଜଗତସିଂହପୁର ପୈାରାଞ୍ଚଳରେ ବସୁଥିବା ସାପ୍ତାହିକ ସୋମନାଥ ହାଟରେ ଏହି ନିର୍ଦ୍ଦେଶ ପାଳନ କରୁନାହାନ୍ତି ବ୍ୟବସାୟୀ ଓ ଗ୍ରାହକ। ଜିଲ୍ଲା ପ୍ରଶାସନ ତରଫରୁ ଏହି ହାଟକୁ ସପ୍ତାହରେ ଦୁଇଦିନ ବଦଳରେ ଗୋଟିଏ ଦିନ ଅର୍ଥାତ ପ୍ରତି ମଙ୍ଗଳବାର ବସିବା ପାଇଁ ଅନୁମତି ଦିଆଯାଇଛି। ହାଟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କଡ଼ା ନିର୍ଦ୍ଦେଶ ଥିବାବେଳେ ସୋମନାଥ ହାଟରେ ଲୋକ ହାଉଯାଉ ହେଉଥିବା ଲକ୍ଷ୍ୟ କରାଯାଇଥିଲା।
ଏ ସଂପର୍କରେ ଖବର ପାଇ ନିଜେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହାଟରେ ପହଞ୍ଚି ବ୍ୟବସାୟୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ସଚେତନ କରାଇଥିଲେ। ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଏହି ସାପ୍ତାହିକ ସୋମନାଥ ହାଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଜିଲ୍ଲା଼ପାଳ ଚେତାବନୀ ଦେଇଛନ୍ତି । ଏଥିସହିତ ଲକ୍ଡାଉନ୍ ନିୟମ ଭାଙ୍ଗି ଭିଡ଼ କରୁଥିବା ଲୋକଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।
from Odisha Reporter https://ift.tt/342DywR
No comments:
Post a Comment