ବେଡ୍‌ରୁ ମଣିଷ ଶରୀରରେ ପଶିଲା କରୋନା, ୩ ଦିନର ଶିଶୁ ଓ ତାଙ୍କ ମା’ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ବେଡ୍‌ରୁ ମଣିଷ ଶରୀରରେ ପଶିଲା କରୋନା, ୩ ଦିନର ଶିଶୁ ଓ ତାଙ୍କ ମା’ ଆକ୍ରାନ୍ତ

ମୁମ୍ବାଇ: ମହାମାରୀ କରୋନା ଭାଇରସ ଏବେ ବେଡ୍‌ ମାଧ୍ୟମ ଦେଇ ମଣିଷ ଶରୀରରେ ପ୍ରବେଶ କରିଛି। ମୁମ୍ବାଇର ଏକ ହସ୍ପିଟାଲରେ ଜଣେ ୩ ଦିନର ଶିଶୁପୁତ୍ର ଓ ତାଙ୍କ ୨୬ ବର୍ଷୀୟ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ-୧୯ରେ ପୀଡ଼ିତ ହୋଇ ଜଣେ ବ୍ୟକ୍ତି ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଡିସଚାର୍ଜ ହେବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କ ବେଡ୍‌କୁ ସାନିଟାଇଜ କରାଯାଇଥିଲା। ତଥାପି କରୋନା ଭାଇରସ ବେଡ୍‌ ମଧ୍ୟରେ ବଞ୍ଚି ରହିଥିଲା।

ହସ୍ପିଟାଲ କର୍ତ୍ତୃପକ୍ଷ ଏହା ନ ଜାଣି ପାରି ଉକ୍ତ ମହିଳା ଏବଂ ତାଙ୍କ ୩ ଦିନର ଶିଶୁଙ୍କୁ ସେଠାରେ ରଖିଥିଲେ। ହେଲେ ଆଜି ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ମଙ୍ଗଳବାର ମା’ ଓ ଶିଶୁଟିକୁ କୁର୍ଲା ବାହା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରୁ ପୁଣିଥରେ ଉଭୟଙ୍କୁ କସ୍ତୁରବା ହସ୍ପିଟାଲର ନୋଡାଲ ସେଣ୍ଟରକୁ ଅଣାଯାଇଛି। ଏହି ଠାରେ କରୋନା ରୋଗୀମାନେ ଚିକିତ୍ସିତ ହେଉଛନ୍ତି।

ମହିଳାଙ୍କ ପରିବାର ଲୋକ କହିଛନ୍ତି, ଆମେ ଚେମ୍ବୁର ହସ୍ପିଟାଲକୁ ଆସିବା ପରେ କେହି ବି ଆମ କଥା ବୁଝି ନଥିଲେ। ଏହାପରେ ଆମକୁ ଗୋଟିଏ ରୁମକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ହିଁ କରୋନା ଭାଇରସ ସଂକ୍ରମିତ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଚେମ୍ବୁର ହସ୍ପିଟାଲକୁ ବନ୍ଦ କରାଯାଇ ପୂରା ସାନିଟାଇଜିଂ କରାଯାଉଛି।



from Odisha Reporter https://ift.tt/3aA8Ptq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages