ହରିଆଣାରେ କରୋନା ନେଲା ମୁଣ୍ଡ, ୨୪ ଘଣ୍ଟାରେ ୧୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ହରିଆଣାରେ କରୋନା ନେଲା ମୁଣ୍ଡ, ୨୪ ଘଣ୍ଟାରେ ୧୨ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ପୁଣି ଜଣଙ୍କ ମୁଣ୍ଡ ନେଇଛି। ହରିଆଣାର ଜଣେ ୬୭ ବର୍ଷୀୟ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି। ବ୍ୟକ୍ତି ଜଣଙ୍କ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚରେ ଚିକିତ୍ସିତ ହେଉଥିଲେ।

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ବିଦେଶ ଯାଇଥିଲେ ନା କହାର ସଂସ୍ପର୍ଶରେ ଆସି ଏଭଳି ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ସେହିପରି ସେ କେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ସରକାରୀ ତଥ୍ୟ ଅନୁସାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୩୨୮ ଜଣ ସଂକ୍ରମିତ ହେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚି ଯାଇଛି। ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୫୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।

ବେସରକାରୀ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୩ ଥିବା ବେଳେ ମୃତ୍ୟୁସଂଖ୍ୟା ୬୩ ବୋଲି ଦର୍ଶାଯାଇଛି। ସୁସ୍ଥ ହୋଇ ୧୬୨ ଜଣ ଘରକୁ ଫେରିଛନ୍ତି।



from Odisha Reporter https://ift.tt/345434P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages