ରେଡ୍ ଜୋନରେ ଓଡ଼ିଶାର ୩ ଜିଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 30, 2020

ରେଡ୍ ଜୋନରେ ଓଡ଼ିଶାର ୩ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବାକୁ ଯାଉଛି।  ଏହା ପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମଗ୍ର ଦେଶକୁ ତିନୋଟି ଜୋନ ରେଡ୍, ଅରେଞ୍ଜ ଏବଂ ଗ୍ରୀନରେ ବିଭକ୍ତ କରାଯାଇଛି।

କେଉଁ ରାଜ୍ୟରେ କେତୋଟି ଜିଲ୍ଲା କେଉଁ ଜୋନରେ ରହିବେ ସେ ନେଇ ମଧ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ଟି ରେଡ୍ ଜୋନରେ ରହିଥିବା ବେଳେ ୬ଟି ଅରେଞ୍ଜ ଜୋନ୍ ଏବଂ ବାକି ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି। ରେଡ୍ ଜୋନ୍ ତାଲିକାରେ ଥିବା ୩ ଜିଲ୍ଲା ହେଲା ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା ସମେତ ୬ ଜିଲ୍ଲା ସୁନ୍ଦରଗଡ଼, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ରହିଛି।

ସମଗ୍ର ଦେଶରେ ୭୩୬ଟି ଜିଲ୍ଲା  ଥିବା ବେଳେ ସେଥିମଧ୍ୟରୁ ୧୩୦ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନରେ ଏବଂ ୩୧୯ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି। ସେହିପରି ମହାରାଷ୍ଟ୍ରର ୧୪ଟି ଜିଲ୍ଲା, ଉତ୍ତର ପ୍ରଦେଶର ୧୯ଟି ଜିଲ୍ଲା, ଦିଲ୍ଲୀର ୧୧ଟି ଜିଲ୍ଲା, ତାମିଲନାଡୁର ୧୨ଟି ଜିଲ୍ଲା, ମଧ୍ୟପ୍ରଦେଶର ୯ଟି ଜିଲ୍ଲା, ପଶ୍ଚିମବଙ୍ଗର ୧୦ଟି, ତେଲେଙ୍ଗାନାର ୬ଟି, କେରଳର ୨ଟି ଜିଲ୍ଲା ସମେତ ଆହୁରି ବହୁ ଜିଲ୍ଲା ରେଡ୍ ଜୋନରେ ରହିଛି।



from Odisha Reporter https://ift.tt/2WgGkeh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages