ମୁମ୍ବାଇ: ପରଲୋକରେ ବଲିଉଡର ବର୍ଷୀୟାନ ଅଭିନେତା ରିଷି କପୁର। ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ବିଳମ୍ୱିତ ରାତିରେ ରିଷିଙ୍କୁ ମୁମ୍ବାଇର ସାର ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଭୋଗିବାରୁ ତାଙ୍କୁ ଗତକାଲି ହସ୍ପିଟାଲ ନିଆଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
ଋିଷିଙ୍କ ମୃତ୍ୟୁ ବାବଦରେ ଟୁଇଟ୍ କରି ସୂଚନା ଦେଇଛନ୍ତି ବଲିଉଡ ଅଭିନେତା ଅମିତାଭ ବଚ୍ଚନ।
T 3517 – He's GONE .. ! Rishi Kapoor .. gone .. just passed away ..
I am destroyed !— Amitabh Bachchan (@SrBachchan) April 30, 2020
ବୁଧବାର ଦିନ ସକାଳେ ରିଷିଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ରିଷିଙ୍କ ମୃତ ଦେହ ନିକଟରେ ଏବେ ତାଙ୍କ ପରିବାର ଲୋକ ରହିଛନ୍ତି। ରିଷି ନ୍ୟୁୟର୍କରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ।
ସୋଶାଲ ମିଡିଆରେ ବେଶ ସକ୍ରିୟ ଥିଲେ ଚିଣ୍ଟୁ ଓରଫ ରିଷି। କିନ୍ତୁ ଗତ ଏପ୍ରିଲ ୨ ପରଠାରୁ କିଛି ପୋଷ୍ଟ କରିନଥିଲେ। ପୂର୍ବରୁ ସେ ଘୋଷଣା କରିଥିଲେ ହଲିଉଡ୍ ଫିଲ୍ମ ‘ଦି ଇଣ୍ଟର୍ଣ୍ଣ’କୁ ରିମେକ୍ କରିବେ। ଦୀପିକା ପାଦ୍ୟୁକୋନ୍ଙ୍କୁ ନେଇ ଏହି ଫିଲ୍ମ କରିବାର ଥିଲା।
ଗତକାଲି ଦେଶବାସୀ ଆଉ ଜଣେ ବଲିଉଡର ଅନ୍ୟତମ ଅଭିନେତା ଇରଫାନ ଖାନ୍ଙ୍କୁ ହରାଇଛନ୍ତି। ମୁମ୍ବାଇର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଇରଫାନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଏବେ ରିଷିଙ୍କ ମୃତ୍ୟୁ ପରେ ଦୁଇ ଦିନରେ ଦେଶବାସୀ ଦୁଇ ପ୍ରଖ୍ୟାତ କଳାକାରଙ୍କୁ ହରାଇଛନ୍ତି।
from Odisha Reporter https://ift.tt/35g76ro
No comments:
Post a Comment